ଆମେରିକା ପାଇଁ ଲଜ୍ୟାର ବିଷୟ : ଟ୍ରମ୍ପ

32

ଆମେରିକା ଦୂତାବାସରେ ଲାଗିଥିବା ଆମେରିକା ପତାକାକୁ ହଟାଇ ତାଲିବାନ ତାଙ୍କ ପତାକା ଉଡାଇଛନ୍ତି। ଏହାଠାରୁ ବଡ଼ ଲଜ୍ୟାକାର ବିଷୟ ଆଉ କିଛି ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ବାଇଡେନଙ୍କ ଏପରି ନୀତିକୁ ଦେଖି ଟ୍ରମ୍ପ ପଚାରିଛନ୍ତି ‘ମୋତେ ମିସ୍ (miss) କରୁଛନ୍ତି କି’? ଆଫଗାନିସ୍ଥାନ ର ସାମ୍ପ୍ରତିକ ରାଜନୈତିକ ସଙ୍କଟ କୁ ଦେଖି ଆମେରିକା ର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସିଧାସଳଖ ଆମେରିକା ର ବର୍ତମାନ ରାଷ୍ଟ୍ରପତି ବାଇଡେନ ଙ୍କୁ ଦାୟୀ କରି କହିଛନ୍ତି ଯେ ,ବାଇଡେନ ସରକାରର ଭୁଲ୍ ରଣନୀତି ପାଇଁ ଏପରି ହୋଇଛି I ଆଫଗାନିସ୍ତାନରେ ଏବେ କ୍ଷମତା ହସ୍ତାନ୍ତର ପାଇଁ ପ୍ରକ୍ରିୟ ଆରମ୍ଭ ହୋଇଛି। ତାଲିବାନର କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି ଜଣାପଡ଼ିଛି। ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ପାଇଁ ଆଫଗାନିସ୍ତାନ ସରକାର ଓ ତାଲିବାନ ମଧ୍ୟରେ ଆଲୋଚନା ଚାଲିଛି।

Leave A Reply

Your email address will not be published.