ସମୀର ୱାଙ୍ଖଡେଙ୍କ ସହ ଶାହାରୁଖଙ୍କର ସମ୍ପର୍କ ପୁରୁଣା

25

ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଏବଂ ଅଭିନେତା ଶାହାରୁଖ ଖାନ ଙ୍କ ସମ୍ପର୍କ ବହୁତ ପୁରୁଣା ଇ ଯାହା ଜଣା ଯାଇଛି ବିମାନ ବନ୍ଦର ରେ କଷ୍ଟମ ଡ୍ୟୁଟି
ନ ଭରିବା ପାଇଁ ସମୀର ଶାହାରୁଖଙ୍କ ଉପରେ ପ୍ରାୟ ୧.୫ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ।
୨୦୧୧ ମସିହାରେ, ଯେତେବେଳେ ଶାହାରୁଖ ତାଙ୍କ ପରିବାର ସହିତ ହଲାଣ୍ଡ ଏବଂ ଲଣ୍ଡନରୁ ଛୁଟି ଛୁଟି କାଟି ମୁମ୍ବାଇ ଫେରିଥିଲେ। ୱାଙ୍ଖଡେ ବିମାନବନ୍ଦରରେ କଷ୍ଟମ ଅଫିସରେ ସହକାରୀ କମିଶନର ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ଟିମ୍ ବିମାନ ବନ୍ଦରରେ ପୁରା ପରିବାରକୁ ଅଟକାଇ ଥିଲେ। ତାଙ୍କ ପାଖରୁ ଏପରି ଅନେକ ବିଦେଶୀ ସାମଗ୍ରୀ ମିଳିଥିଲା, ଯେଉଁଥିରେ କଷ୍ଟମ୍ ଚାର୍ଜ ଦେବା ଜରୁରୀ ଥିଲା। ଶାହାରୁଖଙ୍କର ମୋଟ ୨୦ ଟି ଲଗେଜ୍ ଥିଲା, ଯାହା ପରେ ତାଙ୍କୁ ବିମାନ ବନ୍ଦରରେ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଶାହରୁଖ ଏବଂ ତାଙ୍କ ପରିବାରକୁ ୧.୫୦ ଲକ୍ଷ ଟଙ୍କା କଷ୍ଟମ ଡ୍ୟୁଟି ଦେବା ପରେ ଯିବାକୁ ଅନୁମତି ଦିଆଯାଇଥିଲା।

Leave A Reply

Your email address will not be published.