ବିଶ୍ୱକପ୍‌ ଟ୍ରଫି ସହ ନଜର ଆସିଲେ ଶାହରୁଖ

148

କ୍ରିକେଟ ଏବଂ ବଲିଉଡ ମଧ୍ୟରେ ନିବିଡ଼ ସମ୍ପର୍କ ରହିଆସିଛି। ଏହି ସମ୍ପର୍କ ସବୁବେଳେ ପ୍ରଶଂସକଙ୍କ ରୋମାଞ୍ଚକୁ ଆହୁରି ବଢାଇଥାଏ। ଏଥର ଦିନିକିଆ ବିଶ୍ୱକପ ୨୦୨୩ ଭାରତ ଦ୍ୱାରା ଆୟୋଜିତ ହେବ। ଏହାପୂର୍ବରୁ ବଲିଉଡର ସୁପରଷ୍ଟାର ଶାହରୁଖ ଖାନ ବିଶ୍ୱ ଟ୍ରଫି ସହ ନଜର ଆସିଥିଲେ। ସୋସିଆଲ ମିଡିଆରେ ଶାହାରୁଖଙ୍କ ଏହି ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।
ଆଇସିସିର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶାହରୁଖ ଖାନଙ୍କ ବିଶ୍ୱକପ ଟ୍ରଫି ସହିତ ଏକ ଫଟୋ ଶେୟାର କରାଯାଇଥିଲା। ଏହି ଫଟୋରେ ଶାହରୁଖ ଖାନ ବିଶ୍ୱକପ ଟ୍ରଫିକୁ ଅତି ସୁନ୍ଦର ଭାବରେ ଦେଖୁଥିବାର ନଜର ଆସିଛନ୍ତି। ଏହି ଫଟୋର କ୍ୟାପସନ ଥିଲା,ଏହା ପ୍ରାୟ ଏଠାରେ ଅଛି …। ଏଥର ଟିମ ଇଣ୍ଡିଆ ୧୯୮୩ ଏବଂ ୨୦୧୧ ପରେ ତୃତୀୟ ଦିନିକିଆ ବିଶ୍ୱକପ ଟାଇଟଲ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ।
ଏହି ମେଗା ଟୁର୍ନାମେଣ୍ଟ ଅକ୍ଟୋବର ୫ରୁ ଆରମ୍ଭ ହେବ ଏବଂ ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଏବଂ ରନର୍‌ ଅପ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ।

Comments are closed, but trackbacks and pingbacks are open.