ନୂଆଦିଲ୍ଲୀ:ଏସିଆନ ଗେମ୍ସ ୨୦୨୬ରେ ଇତିହାସ ସୃଷ୍ଟିକଲେ ଭାରତୀୟ ମହିଳା କ୍ରିକେଟ ଟିମର ଓପନର ଶେଫାଳୀ ବର୍ମା। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଏସିଆନ ଗେମ୍ସରେ ହାସଲ କରିଛନ୍ତି ଶତକ।ଆଜି ବାଂଲାଦେଶ ବିପକ୍ଷ ସେମି ଫାଇନାଲ ମ୍ୟାଚ୍ରେ ଶେଫାଳୀ ଖେଳିଛନ୍ତି ୪୯ ବଲରେ ଅପରାଜିତ ୧୦୦ ରନର ଇନିଂସ। ଏହା ତାଙ୍କ ଟି-୨୦ କ୍ୟାରିୟରରେ ମଧ୍ୟ ପ୍ରଥମ ସେଞ୍ଚୁରୀ। ସେହିପରି ସେ ୪ର୍ଥ କ୍ରିକେଟର(ଉଭୟ ପୁରୁଷ ଓ ମହିଳା) ଭାବେ ଏସିଆନ ଗେମ୍ସରେ ଶତକ ମାରିଛନ୍ତି।ତାଙ୍କ ପୂର୍ବରୁ ୨୦୧୦ ପାକିସ୍ତାନର ଖାଲିଦ ଲତିଫ ଅପରାଜିତ ୧୦୩ ରନ, ୨୦୨୩ରେ ନେପାଳର କୁଶଲ ମାଲ୍ଲା ଅପରାଜିତ ୧୩୭ ରନ, ୨୦୨୩ରେ ମାଲେସିୟାର ସୟିଦ ଅଜିଜ ୧୨୬ ରନ ଓ ୨୦୨୩ରେ ଭାରତର ଯଶସ୍ୱୀ ଜୈସୱାଲ ୪୯ ବଲରେ ୧୦୦ ରନ କରିଥିଲେ। ଏବେ ଶେଫାଳୀ ପ୍ରଥମ ମହିଳା ଓ ଦ୍ୱିତୀୟ ଭାରତୀୟ ଭାବେ ଏସିଆନ ଗେମ୍ସରେ ଶତକ ମାରିଛନ୍ତି। କୋରୋଗି ସ୍ପୋର୍ଟସ ପାର୍କରେ ଶେଫାଳୀଙ୍କ ଶତକ ଯୋଗୁ ଭାରତ ୧୯୫/୪ ରନ କରିଥିଲା। ଏହାର ଜବାବରେ ବାଂଲାଦେଶ କେବଳ ୮୧ ରନ କରିପାରିଛି। ଏହି ବିଜୟ ସହ ଭାରତ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ମଧ୍ୟ ପ୍ରବେଶ କରିଛି।ଶେଫାଳୀ ନିଜ ଶତକୀୟ ଇନିଂସରେ ୯ଟି ଛକା ଓ ୩ଟି ଚୌକା ମାରିଛନ୍ତି।
Comments are closed, but trackbacks and pingbacks are open.