ବସ୍ତିବାସିନ୍ଦାଙ୍କୁ ମିଳିଲା ଆଶ୍ରୟ, ସମ୍ମାନର ସହ ବଞ୍ଚିବାର ଅଧିକାର

709

ଭୁବନେଶ୍ୱର: ରାଜଧାନୀର ବସ୍ତିବାସିନ୍ଦା ଓ ଗରିବ ଲୋକଙ୍କୁ ମିଳିଛି ଆଶ୍ରୟ ଅଧିକାର। ସମ୍ମାନର ସହ ବଞ୍ଚିବା ପାଇଁ ମିଳିଛି ଘର ।ଭୁବନେଶ୍ୱରରେ ସହରାଞ୍ଚଳ ଆବାସ ଯୋଜନା ଅନ୍ତର୍ଭୁକ୍ତ ସୁଲଭ ବାସଗୃହ ପ୍ରକଳ୍ପରେ ଗରିବଙ୍କ ପାଇଁ ନିର୍ମାଣ କରାଯାଇଥିବା ବାସଗୃହକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ଚନ୍ଦ୍ରଶେଖରପୁର, ସତ୍ୟନଗରରେ ଏବଂ ସୁବୁଧିପୁରରେ ରହିଛି । ଏଠାରେ ୨ ହଜାର ୬୦୦ ଘର ନିର୍ମାଣ କରାଯାଇଥିବା ବେଳେ ୮୦୦ଟି ଘରର କାମ ସଂପୂର୍ଣ୍ଣ ହୋଇଛି । ସେଥିମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ଘର ଆଲର୍ଟ କରାଯାଇଛି ।

ବିଭିନ୍ନ ବସ୍ତିରୁ ଉଛେଦ ହୋଇ ଅସ୍ଥାୟୀ ବାସଗୃହରେ ରହୁଥିବା ବସ୍ତିବସିନ୍ଦାଙ୍କ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତି, ସରସ୍ୱତୀ ବସ୍ତି, ଭେଙ୍କଟେଶ୍ୱର ବସ୍ତି, ସାଲିଆସାହିର ଶକ୍ତି ବିହାରର ବସ୍ତିବସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ । ରାଜଧାନୀ ଭୁବନେଶ୍ୱରରେ ସହରାଞ୍ଚଳ ଗରିବଙ୍କ ପାଇଁ ବିଭିନ୍ନ ପର୍ଯ୍ୟାୟରେ ୭, ୦୦୦ରୁ ଅଧିକ ବାସଗୃହ ନିର୍ମାଣ କରିବାର ଯୋଜନା ରହିଛି । ବାସଗୃହ ନିର୍ମାଣ ୨୦୧୫ ନୀତି ଅନୁଯାୟୀ ସହରାଞ୍ଚଳର ସମସ୍ତ ଗରିବଙ୍କ ପାଇଁ ବାସଗୃହ ନିର୍ମାଣ ହେବାକୁ ଯାଉଛି । ଘରୋଇ ବିକାଶକାରୀଙ୍କ ପାଇଁ ପ୍ରୋତ୍ସାହନ ପ୍ରଦାନକରି ସୁଲଭ ଗୃହ ନିର୍ମାଣ ୟୁନିଟ୍ ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କର ୭ଟି ଭିନ୍ନ ମଡେଲ୍ ରହିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରର ବିକାଶରେ ବସ୍ତିଲୋକଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକ ମାନଙ୍କୁ ନୂଆ ଘର ଭଲ ଘର ଯୋଗାଇ ଦେଇ ସେ ବହୁତ ଖୁସି ।

ଆବାସ ଯୋଜନାରେ ବିଏମସି ହିତାଧିକାରୀଙ୍କୁ ଚୟନ କରୁଛି । ସେମାନଙ୍କ ପାଇଁ ବିଡିଏ ପକ୍ଷରୁ ଘର ପ୍ରଦାନ କରାଯାଉଛି । ଏହି ଘରେ ଗୋଟିଏ ପରିବାର ଚଳିବା ଭଳି ବ୍ୟବସ୍ଥା ରହିଛି। ଆପାର୍ଟମେଣ୍ଟରେ ଯେଉଭଳି ବ୍ୟବସ୍ଥା ରହିଥାଏ ବିଶେଷ କରି ସୋସାଇଟି, କମ୍ୟୁନିଟି ହଲ, ମାର୍କେଟ କମ୍ପ୍ଲେକ୍ସ ଆଦି ଏଥିରେ ରହିଛି । ଉତ୍କଳ ହସ୍ପିଟାଲ ସମେତ ଶାନ୍ତିପଲ୍ଲୀରେ ୫୬୦ ଘର ଏବଂ ସବୁଦ୍ଧିପୁରରେ ୨୯୬ଟି ଘର ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପଣ କରିବେ । ଲୋକାର୍ପଣ ପୂର୍ବରୁ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ , ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ ଏହାର ସମୀକ୍ଷା କରିଛନ୍ତି।

Comments are closed, but trackbacks and pingbacks are open.