ନୂଆଦିଲ୍ଲୀ: ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆମେରିକା ବୋମା ମାଡ଼ କରିବା ପରେ ମଧ୍ୟପ୍ରାଚ୍ୟ ସଙ୍କଟ ଆହୁରି ତୀବ୍ର ହୋଇଛି। ସେନସେକ୍ସ ପ୍ରାୟ ୫୦୦ ପଏଣ୍ଟ ଖୋଲିଥିଲା କିନ୍ତୁ ଶୀଘ୍ର ୮୦୦ ରୁ ଅଧିକ ହ୍ରାସ ପାଇଥିଲ। ଏପଟେ ନିଫ୍ଟି ପ୍ରାୟ ୨୫୦ ପଏଣ୍ଟ ହ୍ରାସ ପାଇଛି। ସକାଳ ୯.୪୫ ରେ, ସେନସେକ୍ସ ୮୧,୫୬୦ ପଏଣ୍ଟ ଏବଂ ନିଫ୍ଟି ୨୪,୮୫୯ ପଏଣ୍ଟରେ ଥିଲା। ବିଶ୍ୱ ମାନ୍ଦାବସ୍ଥା ପରେ ଭାରତୀୟ ବଜାରରେ ମଧ୍ୟ ସେୟାର୍ ବଜାର ହ୍ରାସ ଘଟିଛି।ସେହିପରି ଏନର୍ଜୀ ମାର୍କେଟରେ ମଧ୍ୟ ପ୍ରଭାବ। ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨ ପ୍ରତିଶତ ବଢିଛି । ବିଶ୍ବର ପଞ୍ଚମ କ୍ରୁଡ ଅଏଲ ତଥା ଇରାନ ଷ୍ଟ୍ରେଟ ଅଫ ହାର୍ମୁଜ ବନ୍ଦ କରିବାକୁ ଅଶୋଧିତ ତେଲ ଦର ବଢିଛି । ଇରାନ ହେଉଛି ବିଶ୍ଵର ନବମ ତେଲ ଉତ୍ପାଦନକାରୀ ସଂସ୍ଥା । ଏବଂ ଦିନକୁ ପ୍ରାୟ ୩ ଦଶମିକ ୩ ମିଲିୟନ ବ୍ୟାରେଲ କ୍ରୁଡ ଅଏଲ ଉତ୍ପାଦନ କରିଥାଏ । ଯୁଦ୍ଧ ଯୋଗୁ ଏବେ ତେଲ ବଜାରରେ ପ୍ରଭାବ ପଢିଛି । ଆଗାମୀ ଦିନରେ ପେଟ୍ରୋଲ ଓ ଡିଲେଜ ଦର ବଢିବ ବୋଲି ଆଶା କରାଯାଉଛି ।
Comments are closed, but trackbacks and pingbacks are open.