ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଏନ ଭାସ୍କର ରାଓ

185

ଭୁବନେଶ୍ବର: ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଏନ ଭାସ୍କର ରାଓ। ଆଜି ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ମଧ୍ୟ ଦଳ ଛାଡିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିରୁ ଉସ୍ତଫା ଦେଲେ ବୋଲି ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ଦଳ ଉପରେ ବେଶ ଅସନ୍ତୋଷକୁ ଝାଡି ଦେଇଛନ୍ତି। ନିକଟରେ ଦଳ ରାୟଗଡା ସାଂଗଠନିକ ଜିଲ୍ଲାର ସଭାପତି ଭାବେ ଜଗନ୍ନାଥ ସାରକଙ୍କ ନାମ ଘୋଷଣା କରିଛି। ଏଥିରେ ସେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ଜିଲ୍ଲାରେ କାହାକୁ ସଭାପତି କରାଯିବ ସେ ନେଇ କେହି କାହାର ମତ ଲୋଡି ନାହିଁନ୍ତି। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଭାସ୍କର ରାଓଙ୍କ ସହିତ ଜିଲ୍ଲାର ବହୁ ତୁଙ୍ଗ ନେତା ମଧ୍ୟ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ପୂର୍ବତନ ପୌର ଅଧ୍ୟକ୍ଷ ରାଇସିଂ ବିଡିକା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ବହୁ ବିଜେଡି କର୍ମି ଉପସ୍ଥିତ ଥିଲେ। କେବଳ ଇସ୍ତଫା କଥା ଘୋଷଣା କରି ନାହାଁନ୍ତି, ସେ ଏକ ନୂଆ ସଂଗଠନ ଗଠନ ସଂପର୍କରେ ମଧ୍ୟ ଘୋଷଣା କରିଛନ୍ତି। ଶ୍ରୀ ରାଓ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ସବୁବେଳେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ। ସେଥିପାଇଁ ତାଙ୍କ ନାମରେ ଏକ ସଂଗଠନ ଗଠନ ହେଲା ବୋଲି ଘୋଷଣା କରିଛନ୍ତି। ଏହି ସଂଗଠନର ନାମ ବିଜୁ ସ୍ବାଭିମାନ ମଞ୍ଚ ରଖାଯାଇଛି ବୋଲି କହିଛନ୍ତି। ତେବେ ଏହି ମଞ୍ଚର କାମ କଣ ସେ ନେଇ କୌଣସି ସୂଚନା ଦେଇ ନାହାଁନ୍ତି।

Comments are closed, but trackbacks and pingbacks are open.