ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ କମାଲ ଖାନ

14

ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ କମାଲ ଖାନ । ମାତ୍ର ୬୧ ବର୍ଷ ବୟସରେ ଆଜି ସକାଳେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମ ଏନଡିଟିଭି ପାଇଁ ଦୀର୍ଘ ୨୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ I ଗତ କାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେ ନିଜର ରିପୋର୍ଟିଂ କରିଥିଲେ I ହେଲେ ଭାଗ୍ୟର ବିଡମ୍ବନା ଆଜି ସକାଳୁ ସକାଳୁ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଦୀର୍ଘ ୩ ଦଶନ୍ଧିରୁ ଅଧିକ ଦିନ ଧରି ସାମ୍ବାଦିକତାରେ ସକ୍ରିୟ ରହିବା ସହ ଖବର ପରିବେଷଣ କରିବାର ସ୍ୱତନ୍ତ୍ର ଶୈଳୀ ପାଇଁ ବେଶ୍ ଲୋକପ୍ରିୟ ଥିଲେ । ରିପୋର୍ଟିଂ ବ୍ୟତୀତ ସେ ଫଟୋଗ୍ରାଫୀରେ ମଧ୍ୟ ବେଶ ରୁଚି ରଖିଥିଲେ।

ଗତ କାଲି ସେ ନିଜର ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନରେ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ବିଶ୍ରାମ ନେଇଥିଲେ I କିନ୍ତୁ ଆଜି ସକାଳୁ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବI ଯୋଗୁଁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କମାଲ ଖାନ ଉତ୍ତର ପ୍ରଦେଶରେ ଏନଡିଟିଭିର ବ୍ୟୁରୋ ଚିଫ ଭାବେ କାମ କରୁଥିଲେ। ତାଙ୍କ ପତ୍ନୀ ରୁଚି ମଧ୍ୟ ଜଣେ ସାମ୍ବାଦିକI।
କମାଲ ଖାନ ଙ୍କ ଅକାଳ ବିୟୋଗ ସାମ୍ବାଦିକ ଜଗତରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତାଙ୍କ ସହ କାମ କରୁଥିବା ସାମ୍ବାଦିକମାନେ ଆଜି ସକାଳେ ଏହି ଖବର ପାଇ ପୂରା ସ୍ତବ୍ଧ ହୋଇଯାଇଛନ୍ତି। କମାଲଙ୍କ ମୃତ୍ୟୁ ଖବର ବହୁତ କଷ୍ଟଦାୟକ ବୋଲି ବରିଷ୍ଠ ପତ୍ରକାର ବ୍ରଜେଶ ମିଶ୍ର ଟ୍ୱିଟ୍ କରିଛନ୍ତି । ସେହିପରି କମାଲ ବହୁତ ସରଳ ସ୍ୱଭାବର ବ୍ୟକ୍ତି ଥିଲେ ବୋଲି କହିଛନ୍ତି କମାଲଙ୍କ ପୁରୁଣା ବନ୍ଧୁ ତଥା ବରିଷ୍ଠ ପତ୍ରକାର ଶ୍ରବଣ କୁମାର ଶୁକ୍ଲା I
କମାଲ ଖାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା, ବିଏସ୍‌ପି ସୁପ୍ରିମୋ ମାୟାବତୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ମୁକ୍ତାର ଆବ୍ବାସ ନକଭୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଭଗୀର ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.