ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର : ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତି। ଆଜି ମଧ୍ୟାହ୍ନ ୧୨ .୩୦ ସମୟରେ ଭୁବନେଶ୍ୱର AIIMS ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଅଜିତ ମହାନ୍ତି ‘ଧରିତ୍ରୀ’ ଏବଂ ‘ସମୟ’ ପରି ବଡ ସମ୍ବାଦପତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ ।
ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ଜୀବନ ସହିତ ସଂଗ୍ରାମ କରୁଥିଲେ। ବେଙ୍ଗାଳୁରୁ ପରେ ତାଙ୍କୁ ଗତ 15 ଦିନ ଦେବ AIIMSକୁ ଅଣାଯାଇଥିଲା। ରବିବାର ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସ୍ବର୍ଗତ ଅଜିତ ମହାନ୍ତିଙ୍କ ପତ୍ନୀ ଶାନ୍ତି ମହାନ୍ତି ସୂଚନା ଦେଇଛନ୍ତି।
ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ବିୟୋଗରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି। ଏହି ଖବର ପାଇ ସାମ୍ବାଦିକ ବନ୍ଧୁ ମାନେ ଶୋକ ପ୍ରକାଶ କରିବା ସହିତ ଏହା ଗଣମାଧ୍ୟମ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି I
Comments are closed, but trackbacks and pingbacks are open.