ନୂଆଦିଲ୍ଲୀ: ହରିୟାଣାର ବରିଷ୍ଠ ଆଇପିଏସ ଅଧିକାରୀ ୱାଇଏସ ପୁରନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଚଣ୍ଡିଗଡ ପୋଲିସ ପ୍ରାଥମିକ ଦୃଷ୍ଟିରୁ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି କିନ୍ତୁ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ଯେ ପୁରନଙ୍କୁ ହତ୍ୟା କରାଯାଇଛି ନା ସେ ନିଜକୁ ଗୁଳୁ କରି ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳକୁ ଫୋରେନସିକ୍ ଟିମ୍କୁ ଡକାଇଛି। ଏପର୍ଯ୍ୟନ୍ତ କୌଣସି ଆତ୍ମହତ୍ୟା ନୋଟ୍ ମିଳିନାହିଁ। ରିପୋର୍ଟ ଅନୁସାରେ, ସେ ନିଜ ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ଏହି ଘଟଣାଟି ଦିନବେଳେ ଘଟିଛି।ଘଟଣାସ୍ଥଳକୁ ପୋଲିସ ଦଳ ଏବଂ ଫୋରେନସିକ୍ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି। ଘଟଣା ସମୟରେ ପୁରନ କୁମାରଙ୍କ ପତ୍ନୀ ଅମନୀତ ପି. କୁମାର ଘରେ ନଥିଲେ। ସେ ପେଶାରେ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ। ସେ ବର୍ତ୍ତମାନ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନିଙ୍କ ନେତୃତ୍ୱରେ ଏକ ସରକାରୀ ପ୍ରତିନିଧି ଦଳ ସହିତ ଜାପାନରେ ଅଛନ୍ତି। ପୁରନ କୁମାର ହରିୟାଣା କ୍ୟାଡରର ଜଣେ ସମ୍ମାନିତ ଅଧିକାରୀ ଥିଲେ ଏବଂ ତାଙ୍କ କ୍ୟାରିୟର ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ତାଙ୍କର ହଠାତ୍ ବିୟୋଗ ଖବର ପୋଲିସ ଏବଂ ପ୍ରଶାସନିକ ସେବାରେ ଶୋକର ଛାୟା ଖେଳିଯାଇଛି।
Comments are closed, but trackbacks and pingbacks are open.