ବରିଷ୍ଠ ଆଇଏଏସ୍ ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ

178

ବରିଷ୍ଠ ଆଇଏଏସ ବୀର ବିକ୍ରମ ଯାଦବଙ୍କୁ ବଡ ଦାୟିତ୍ୱ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଇଏଏସ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଉଥିବା ଆଇଏଏସ୍ କ୍ରିଷନ୍ କୁମାର ଏହି ଦାୟିତ୍ୱରୁ ବିଦାୟ ନେବା ପରେ ତାଙ୍କ ସ୍ଥାନରେ ବୀର ବିକ୍ରମ ଯାଦବ ଏହି ପଦ ସମ୍ଭାଳିବେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ପଦରେ ଅଛନ୍ତି ଆଇଏଏସ୍ ବୀର ବିକ୍ରମ ଯାଦବ । ବର୍ତ୍ତମାନ ଏହି ଦାୟିତ୍ୱ ସହିତ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଲାଇବେ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରେ ଥିବା ଆଇଏଏସ୍ କ୍ରିଷନ୍ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବା ନେଇ କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା । ଏହାପରେ ପରବର୍ତ୍ତୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଏ ହେବ ତାକୁ ନେଇ ଅନେକ ଆଲୋଚନା ପ୍ରକାଶ ପାଇଥିଲା । ଏହାରି ଭିତରେ ଶନିବାର ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯିବା ସହିତ ଆଇଏଏସ୍ ବୀର ବିକ୍ରମ ଯାଦବଙ୍କୁ ଏହି ବଡ ଦାୟିତ୍ୱ ପ୍ରଦାନ କରାଯାଇଛି

Comments are closed, but trackbacks and pingbacks are open.