ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା : ୯୮୦ ଜଣ ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଗଲେ ଆଲ୍ଲାବାଦ ଓ ବାରଣାସୀ

23

ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରୁଛନ୍ତି ରାଜ୍ୟ ସରକାର । ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ତୀର୍ଥ ଯାତ୍ରାରେ ଯାଉଛନ୍ତି ୯୮୦ ଜଣ । ଭୁବନେଶ୍ୱରରୁ ଓଡ଼ିଶାର ୭ଟି ଜିଲ୍ଲାର ପାଖାପାଖି ୯୮୦ ଜଣ ବରିଷ୍ଠ ନାଗରିକ ଭୁବନେଶ୍ୱର ରେଳ ଷ୍ଟେସନରୁ ଆଲ୍ଲାବାଦ ଓ ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ବରିଷ୍ଠ ନାଗରିକଙ୍କୁ ନେଇ ଯାଉଛି ସ୍ୱତନ୍ତ୍ର ଟ୍ରେନ୍ ।

ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନରେ ମେୟର ସୁଲୋଚନା ଦାସ ପହଞ୍ଚିଥିଲେ। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି , ବୟସ୍କ ହେଲେ ଲୋକଙ୍କ ଇଚ୍ଛା ଥାଏ ଆମେ ଠାକୁର ଦର୍ଶନ କରିବୁ, ତୀର୍ଥଯାତ୍ରାରେ ଯିବୁ, କିନ୍ତୁ ଅର୍ଥ ଅଭାବ କିମ୍ବା ଅନ୍ୟ କାରଣରୁ ତାଙ୍କ ସ୍ୱପ୍ନ ପୁରାଣ ହୋଇ ପାରିନଥାଏ। ସେହି ଇଚ୍ଛା ପୂରଣ କରିବା ନିମନ୍ତେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ବରିଷ୍ଠ ନାଗରିକଙ୍କ ସୁଖ ଦୁଃଖ ବୁଝିବା ପାଇଁ ତାଙ୍କ ସହିତ ୩୦ ଜଣ ଅଧିକାରୀ ଯାଉଛନ୍ତି।

Comments are closed, but trackbacks and pingbacks are open.