ଥଣ୍ଡା ପାନୀୟ ବଦଳରେ ମଦ ଚାଲାଣ: ନାବାଳକ ଗିରଫ

208

ଭୁବନେଶ୍ବର: ଥଣ୍ଡା ପାନୀୟ ବୋତଲରେ ଅଭିନବ ଉପାୟରେ ମଦ ଚାଲାଣ କରାଯାଉଥିବା ବେଳେ ଏହାର ପର୍ଦ୍ଦାଫାଶ କରିଛି ଉଦଳା ପୋଲିସ। ଉଦଳା ବସଷ୍ଟାଣ୍ଡରେ ଚଢ଼ାଉ କରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ‘ରାଜାବାବୁ’ ନାମକ ଏକ ଘରୋଇ ବସରୁ ବହୁ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଜଣେ ନାବାଳକକୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତମାନେ ଉଦଳା ଥାନା ପାଟଶାଣିପୁର ଅଞ୍ଚଳରୁ ଦେଶୀ ମଦ ସଂଗ୍ରହ କରି ତାହାକୁ ଥଣ୍ଡା ପାନୀୟ ବୋତଲରେ ଭର୍ତ୍ତି କରିଥିଲେ। ଯାତ୍ରୀଙ୍କ ଭଳି ବ୍ୟାଗରେ ଏହି ବୋତଲଗୁଡ଼ିକୁ ରଖି ସେମାନେ ବସରେ ଯାତ୍ରା କରୁଥିଲେ। ଏହି ମଦ ଗୁଡ଼ିକୁ ଭୁବନେଶ୍ୱରର ସାଲିଆ ସାହି ଅଞ୍ଚଳକୁ ଚାଲାଣ କରାଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ବସଷ୍ଟାଣ୍ଡରେ ଚଢ଼ାଉ କରି ୩ଟି ବ୍ୟାଗ ସହ ୩୪ଟି ଦେଶୀ ମଦ ଭର୍ତ୍ତି ଥଣ୍ଡା ବୋତଲ ଜବତ କରିଛି। ପୋଲିସ ଘଟଣାସ୍ଥଳରୁ ଜଣେ ନାବାଳକକୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

4 Comments
  1. ivermectin demodex mite reduction

    ivermectin demodex mite reduction

  2. ivermectin PK clinical relevance

    ivermectin PK clinical relevance

  3. sildenafil nitric oxide pathway

    sildenafil nitric oxide pathway

  4. vardenafil 10 mg dose information

    vardenafil 10 mg dose information

Comments are closed, but trackbacks and pingbacks are open.