ସେଲଫି ନେବା ହେଲା କାଳ: ଦେବଝରଣ ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ

393

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଦେବଝରଣ ଜଳପ୍ରପାତରେ ଭୀମସାର ୨ ଜଣ ଡାକ୍ତରୀ ଛାତ୍ର-ଛାତ୍ରୀଫଟୋ ସେଲ୍ଫି ନେଉଥିବା ସମୟରେ ଗୋଡ ଖସି ମୃତ୍ୟୁବରଣ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଯୁଯୁମୁରା ଥାନା ନିକଟସ୍ଥ ଦେବଝରଣ ଜଳପ୍ରପାତକୁ ଭୀମସାର ୬ ଜଣ ଡାକ୍ତର ଛାତ୍ର ଛାତ୍ରୀ ବୁଲିବାକୁ ଆସିଥିଲେ। ଆଜି ଅପରାହ୍ନ ୧ଟା ସମୟରେ ଫଟୋ ସେଲ୍ଫି ନେଉଥିବା ବେଳେ ଜଣେ ଛାତ୍ରୀ ବୁଡ଼ିଯାଉଥିବା ବେଳେ ଜଣେ ଛାତ୍ର ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ମଧ୍ୟ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତକ ଦୁଇ ଜଣ ହେଲେ ଛାତ୍ରୀ ମୋନିକା ମୀନା (୨୪) ଘର ରାଜସ୍ଥାନ ଓ ଛାତ୍ରଙ୍କ ନାଁ ସନ୍ଦୀପ ପୁରୀ (୨୩) ଘର ନୂଆଦିଲ୍ଲୀ। ଜଳ ପ୍ରପାତଟି ଘଞ୍ଚ ଜଙ୍ଗଲ ଭିତରେ ରହିଛି, ଯା ଫଳରେ ଉଦ୍ଧାର କରିବାରେ ଟିକିଏ ବିଳମ୍ବ ହୋଇଥିଲା।  ସ୍ଥାନୀୟ ଲୋକେ ଖୋଜା ଖୋଜି କରିଥିଲେ ହେଲେ ନିଖୋଜ ଛାତ୍ରଛାତ୍ରୀଙ୍କୁ ପାଇ ପାରି ନ ଥିଲେ। ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ଉଭୟ ଛାତ୍ର ଛାତ୍ରୀଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନିଆ ଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୁଯୁମୁରା ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

Comments are closed, but trackbacks and pingbacks are open.