ସେଲ୍ଫି ନିଶା : ସମୁଦ୍ର ଭିତରୁ ଅଳ୍ପକେ ରକ୍ଷା ପାଇଲେ ଯୁବକ

14

ସେଲଫି ନିଶା ପଡିଲା ମହଙ୍ଗା । ସମୁଦ୍ର ଭିତରୁ ଅଳ୍ପକେ ରକ୍ଷା ପାଇଲେ ଯୁବକ I ଦିଘା ସମୁଦ୍ରରେ ଗାଧୋଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ମିଦିନାପୁର ଅଂଚଳ ର ଜଣେ ଯୁବକ । ସୌଭାଗ୍ୟବଶତ ସେ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି ।

ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ପର୍ଯ୍ୟଟକ ସମୁଦ୍ରକୁ ଯାଇଥିଲେ । ଏହାସହିତ ସେଲଫି ନେଉଥିଲେ । ଏହି ସମୟରେ କାରଣ ବଶତ ଗୋଡ ଖସି ଯିବାରୁ ପାଣିରେ ଭାସି ଯାଇଥିଲେ ।

ପଶ୍ଚିମ ମେଦିନୀପୁରର ଘାଟାଲରୁ ୧୦ ଜଣ ସାଙ୍ଗମାନଙ୍କ ସହିତ ଶୁଭପ୍ରସାଦ ମଣ୍ଡଳ ଦିଘା ବୁଲିବା ପାଇଁ ଆସି ଥିବା ବେଳେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି I ପରେ ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

Comments are closed, but trackbacks and pingbacks are open.