ଅନ୍ତର୍ଜାତୀୟ କ୍ରିକେଟରେ ଚୟନ: ଅଭିଷେକଙ୍କୁ ଡାଲ୍‌ମିଆ ସିମେଣ୍ଟର ସମ୍ବର୍ଦ୍ଧନା

20

ଭୁବନେଶ୍ୱର: ଚଳିତ ଡିସେମ୍ବର ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ତିରୁନେଲଭେଲି ଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍‌, ରାଜଗଙ୍ଗପୁର ସିଏସ୍‌ଆର ବିଭାଗରୁ ଅଭିଷେକ ଶୁକ୍ଲା ଚୟନ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଦିୟାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଚେତନ ଶ୍ରୀବାସ୍ତବ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଡିସିବିଏଲ୍ ଓ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଅଭିଷେକ ଶୁକ୍ଲାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ଅତିରିକ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼.ନୀଳାଦ୍ରି ଭୂଷଣ ପାଢ଼ୀ, ଚନ୍ଦ୍ରଶେଖର ସମେତ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହି ଅଭିଷେକ ଶୁକ୍ଲାଙ୍କର ଉତ୍ସାହ ବଢ଼ାଇଥିଲେ । ଏହି ଅବସରରରେ ସିଏସ୍‌ଆର୍ ଅଧୀନସ୍ତ ପ୍ରୋଜେକ୍ଟ ହସ୍ତକଳା କାର୍ଯ୍ୟକ୍ରମରେ ତାଙ୍କର ଅନନ୍ୟ ଅବଦାନ ପାଇଁ ଶ୍ରୀ ଚେତନ ଶ୍ରୀବାସ୍ତବଙ୍କ ଦ୍ୱାରା ତାଙ୍କୁ ଦୁଇଟି ୱେଲ୍ ଡ଼ନ୍ କାର୍ଡ ହସ୍ତାନ୍ତର କରାଯାଇଥିଲା । ରାଜଗଙ୍ଗପୁରର ନିବାସୀ ଅଭିଷେକ ଶୁକ୍ଲା ଦୀର୍ଘ ୧୪ ବର୍ଷ ଧରି କ୍ରିକେଟ୍‌କୁ ନିଜର କ୍ୟାରିୟର ଭାବେ ଚୟନ କରି ବିଭିନ୍ନ କ୍ଲବ ମ୍ୟାଚ୍ ଖେଳି ଆସୁଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଏକାଧିକ ରାଜ୍ୟସ୍ତରୀୟ କ୍ରିକେଟ ମ୍ୟାଚରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶିତ କରିଛନ୍ତି । ଏହି ସମ୍ବର୍ଦ୍ଧନା ଅବସରରେ ଅଭିଷେକ ଶୁକ୍ଲାଙ୍କୁ ଅଭିନନ୍ଦନ ଜଣାଇ ଚେତନ ଶ୍ରୀବାସ୍ତବ କହିଛନ୍ତି ଯେ ଏହା ଆମ କମ୍ପାନୀ ପାଇଁ ଏକ ଗର୍ବର ବିଷୟ ଯେ ସିଏସ୍‌ଆର୍ ଅଧୀନରେ କାର୍ଯ୍ୟରତ ରହିବା ସମୟରେ ଅଭିଷେକ ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ମନୋନୀତ ହୋଇଛନ୍ତି । ଡାଲମିଆରେ ଥିବା ସମସ୍ତେ କର୍ମଚାରୀ ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ବ୍ୟତୀତ ଚାଲିଥିବା ପ୍ରକଳ୍ପ ହସ୍ତକଳା ଅଧୀନରେ ହିତାଧିକାରୀଙ୍କୁ ବାଟିକ୍ ପ୍ରିଣ୍ଟ ଉପରେ ତାଲିମ ଦେବାରେ ଅଭିଷେକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ଅବସରରେ ଅଭିଷେକ ଶୁକ୍ଲା କହିଛନ୍ତି, “ମୋତେ ଦିଆଯାଇଥିବା ସହାୟତା ପାଇଁ ମୁଁ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡକୁ ଅଶେଷ ଧନ୍ୟବାଦ ଜଣାଉଛି । ମୋର ଅଭ୍ୟାସ ଏବଂ ତାଲିମ ଅଧିବେଶନ ସମୟରେ ମୋତେ ସମୟ ନେବାକୁ ଅନୁମତି ଦେଇ କମ୍ପାନୀ ମୋତେ ବହୁତ ସମର୍ଥନ କରିଛି ।

Comments are closed, but trackbacks and pingbacks are open.