ଆକର୍ଷଣୀୟ କ୍ୟାଚ୍ ଧରିଲେ ସେଲଡନ୍, ମିଡିଆରେ ନେଟିଜେନ୍ସ କରୁଛନ୍ତି ପ୍ରଶଂସା

23

ଆଇପିଏଲ ୨୦୨୨ରେ କୋଲକାତା ନାଇଟ ରାଇଡର୍ସର କୋଚ୍ ସେଲଡନ୍ ଜ୍ୟାକସନ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ବେଙ୍ଗାଲୁରୁ ବିପକ୍ଷ ଏକ ମୁକାବିଲାରେ ଦମଦାର କ୍ୟାଚ୍ ନେଇଥିଲେ । ଯାହାକୁ ସୋସିଆଲ ମିଡିଆରେ ନେଟିଜେନ୍ସ ପ୍ରଶଂସା କରୁଛନ୍ତି । ଏହାପୂର୍ବରୁ ଚେନ୍ନାଇ ସୁପର କିଙଗ୍ସ ବିପକ୍ଷ ମ୍ୟାଚରେ ସେ ରବିନ ଉଥାପ୍ପାଙ୍କୁ ଷ୍ଟମ୍ପିଂ କରି ପ୍ରଶଂସା ପାଇଥିଲେ ।

ଆରସିବି ବିପକ୍ଷରେ ୧୮ତମ ଓଭରରେ ସେଲଡନ୍ ଜ୍ୟାକସନ୍ ଶେରଫନ୍ ରଦରଫୋର୍ଡଙ୍କ କ୍ୟାଚ୍ ଧରି ମୁକାବିଲାକୁ ଅଧିକ ରୋମାଞ୍ଚକର କରିଦେଇଥିଲେ । ବେଙ୍ଗାଲୁରୁକୁ ଶେଷ ୩ ଓଭରରେ ୨୪ ରନ୍ ଦରକାର ଥିଲା । ଟିମ୍ ସାଉଦି ଲଗାତର ଭାବେ ବ୍ୟାଟରଙ୍କୁ ଅଡୁଆରେ ପକାଉଥିଲେ । ତାଙ୍କ ବୋଲିଂ ପାଇଁ ବ୍ୟାଟର ଅସୁବିଧାର ସାମ୍ନା କରିଥିଲେ । ଏହି ସମୟରେ ରଦରଫୋର୍ଡ ଅଫ୍ ଷ୍ଟମ୍ପର ଏକ ବଲକୁ ପୁଲ୍ କରିବା ବେଳେ ଆଉଟ୍ ହୋଇଥିଲେ । ଅଲରାଉଣ୍ଡର ରଦର ଫୋର୍ଡ ଟିମ୍ ସାଉଦିଙ୍କ ୧୮ତମ ଓଭରରେ ପୁଲ୍ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବଲ୍ ବ୍ୟାଟରେ ସାମାନ୍ୟ ବାଜି ପଛକୁ ପଳାଇଥିଲେ । ସେଲଡନ୍ ଡାଇଭ୍ କରି ଶରୀରରୁ ବହୁ ଦୂରରେ ଯାଉତିବା ବଲକୁ ଧରିଥିଲେ । ଏହି କ୍ୟାଚ୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହେଉଛି ।

ସେଲଡନ୍ ଓ୍ୱିକେଟ୍ ପଛରେ ଭଲ ପ୍ରଦର୍ଶନ କରୁଥିଲେ ବି ବ୍ୟାଟିଂରେ ସେତେଟା ଖାସ୍ କରିପାରି ନାହାଁନ୍ତି । କେଲାକାତା ଫ୍ୟାନ୍ସ ଏବେ ସେଲଡନଙ୍କଠୁ ବଡ ସ୍କୋର ଆଶାରେ ରହିଛନ୍ତି ।

Comments are closed, but trackbacks and pingbacks are open.