ଅମିତ ଶାହଙ୍କ ଗସ୍ତ ପାଇଁ ସୁରକ୍ଷା ପ୍ରସ୍ତୁତି, ଏଏସଏଲ ଟିମ୍ ସହ କମିଶନରେଟ୍ ପୋଲିସର ସମୀକ୍ଷା

54

ଭୁବନେଶ୍ୱର: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶାହଙ୍କ ଗସ୍ତ ସମୟରେ ସୁରକ୍ଷାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା (ASL) ଟିମ୍ ସହ କମିଶନରେଟ୍ ପୋଲିସ ଆଲୋଚନା କରିଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ଯାଇ ଏଏସଏଲ ଟିମ୍ ଓ କମିଶନରେଟ୍ ପୋଲିସ ଟିମ୍ ମିଳିତ ଭାବେ ସୁରକ୍ଷା ପ୍ରସ୍ତୁତି କରିଛନ୍ତି । ଏନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି, “ଏସଏସଏଲ ଟିମ୍ ଆମ ସାଙ୍ଗରେ ସହ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଛି। ଏଏସଏଲ ଟିମ୍ ସୁରକ୍ଷାରେ ନିୟୋଜିତ ଥିବା ପୋଲିସ ଅଫିସରଙ୍କ ସହ କଥା ହୋଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ରସ୍ତୁତି କରାଯାଇଛି। ମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ବିବରଣୀ ଆସିନାହିଁ। ସମ୍ପୂର୍ଣ୍ଣ ବିବରଣୀ ଆସିବା ପରେ ଆମ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତୁତି କରାଯିବ। ମିଳିତ ଟିମ୍ ବିଭିନ୍ନ କାର୍ଯ୍ୟସ୍ଥଳକୁ ଗସ୍ତ କରିଥିଲା। ସୁରକ୍ଷା କିଭଳି ତ୍ରୁଟି ନ ରହିବ ସେଥିପ୍ରତି ଆଲୋଚନା ହୋଇଥିଲା। ପ୍ରଥମେ ଏୟାରପୋର୍ଟ, ପରେ ଇନଫୋଭ୍ୟାଲି, ଇଡକୋ, ମେଫେୟାର ହୋଟେଲ ଆଦି ସ୍ଥାନକୁ ଯାଇ ମିଳିତ ଟିମ୍ ସମୀକ୍ଷା କରିଥିଲା ।”

Comments are closed, but trackbacks and pingbacks are open.