ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷା ସର୍ଭେ ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱର : ଭୁବନେଶ୍ଵର ବ୍ଲକରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷା ସର୍ଭେ ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଭୁବନେଶ୍ଵର ପଞ୍ଚାଯତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାର ଆସନ୍ତା ମଇ ୧ ତାରିଖରୁ ମଇ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷା ସର୍ଭେ ଆରମ୍ଭ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ଭୁବନେଶ୍ଵର ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ୮୪ ଜଣ ଅଙ୍ଗନୱାଡି କର୍ମୀ ଏବଂ ୮ ଜଣ ସୁପରଭାଇଜର ଯୋଗ ଦେଇଥିଲେ । ଭୁବନେଶ୍ଵର ବିଡିଓ ଶ୍ରୀ ସମ୍ପଦ କୁମାର ଦଳାଇ ସର୍ଭେ କରିବା ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସର୍ଭେ କାର୍ଯ୍ୟରେ ନିରପେକ୍ଷତା ଅବଲମ୍ବନ କରି ତଥ୍ୟ ସଂଗ୍ରହ ନିମନ୍ତେ ନିଯୋଜିତ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ । ସିଡିପିଓ ଶ୍ରୀମତୀ କବିତା ମହାପାତ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ରୀମତୀ ଅନନ୍ୟା ଆଚାର୍ଯ୍ୟ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସୋନାଲୀ ପ୍ରିୟଦର୍ଶିନୀ, ଆଇସିଡିଏସ ସୁପରଭାଇଜର ଶ୍ରୀମତୀ ପ୍ରଜ୍ଞା ପାରମିତା ଦାଶ ପ୍ରମୁଖ ୪ ଜଣ ମାଷ୍ଟର ଟ୍ରେନର ଭାବରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମୁଖ୍ୟତଃ ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ଵାରା ଏହି ସର୍ଭେ କରାଯିବ ।
Comments are closed, but trackbacks and pingbacks are open.