ପୁଣି ମୁଣ୍ଡ ନେଲା ସ୍କ୍ରବ୍ ଟାଇଫସ୍

74

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଆତଙ୍କ ବଢ଼ାଇ ଚାଲିଛି ସ୍କ୍ରବ୍ ଟାଇଫସ୍ । ଆଗରୁ ଏହି ରୋଗରେ ୫ ଜଣଙ୍କର ମୃତ୍ୟୁ ହୋଇଥୁବା ବେଳେ ଗତକାଲି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ମୋଟ୍ ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ପାଇଛି ।

ସାରା ରାଜ୍ୟରେ ଏହାର ସଂକ୍ରମିତଙ୍କ ସଂଖ୍ୟା ଅନିୟମିତ ଭାବେ ବୃଦ୍ଧି ହେବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣି ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୪ ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୧୧ ଜଣ ସ୍କ୍ରବ ଟାଇଫସ୍ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ ରେ ପହଞ୍ଚିଛି ।

ଏବେ ପରିସ୍ଥିତି ଏମିତି ଯେ ସ୍ୱାସ୍ଥ୍ୟ ବିଭାଗକୁ ଏହା ଚିନ୍ତାରେ ପଡିଛି l ତେଣୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭୀମସାର)ର ତିନି ଜଣିଆ ଡାକ୍ତରୀ ଦଳ ବରଗଡ଼ ଯାଇ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଟିମରେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ, ଆସିଷ୍ଟାଣ୍ଟ ପ୍ରଫେସର ତଥା ମାଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ସତ୍ୟବ୍ରତ ଠାକୁର ଓ କମ୍ୟୁନିଟି ମେଡିସିନର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଉଦୟ କୁମାର ନାୟକ ରହିଛନ୍ତି ।

Comments are closed, but trackbacks and pingbacks are open.