ଭୁବନେଶ୍ୱର: ପୂର୍ବ ଭାରତରେ ବୈଜ୍ଞାନିକ ଅଧ୍ୟୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ତଥା ବୈଜ୍ଞାନିକ ଅନୁସନ୍ଧିତ୍ସା ଏବଂ ଶିକ୍ଷା ପାଇଁ ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଭୁବନେଶ୍ୱର ଠାରେ ଏକ ସାଇନ୍ସ ସିଟି ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ୧୦୦ଏକର ପରିମିତ ସ୍ଥାନରେ ନିର୍ମାଣ କରାଯିବ । ଉକ୍ତ ସାଇନ୍ସ ସିଟି ନିର୍ମାଣ ଅଗ୍ରଗତି ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱରର ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛନ୍ତି । ଭୁବନେଶ୍ୱର ତହସିଲ ଅନ୍ତର୍ଗତ ହରିପୁର ଓ ଭଗବତୀପୁର ମୌଜାର ଦୁଇଟି ସ୍ଥାନକୁ ମନ୍ତ୍ରୀ ଶ୍ରୀ ପାତ୍ର ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସବୁ ଦିଗକୁ ବିଚାରକୁ ନେଇ ଏହି ଦୁଇଟି ସ୍ଥାନ ମଧ୍ୟରୁ କୌଣସି ଏକ ସ୍ଥାନରେ ସାଇନ୍ସ ସିଟି ନିର୍ମାଣ କରାଯିବ l ଏହି ଅବସରରେ ଭୁବନେଶ୍ୱର ଉପଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ ଓ ଭୁବନେଶ୍ୱର ତହସିଲଦାର ସମ୍ପୃକ୍ତ ସ୍ଥାନର ନକ୍ସା ଦେଖାଇବା ସହ ଅବସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ରାଜ୍ୟରେ ସାଇନ୍ସ ସିଟି ନିର୍ମାଣ ପୂର୍ବରୁ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ଉଚ୍ଚ ସ୍ତରୀୟ ଦଳ କୋଲକାତା, ଅହମଦାବାଦ ଓ ବିହାରର ପାଟନା ସ୍ଥିତ ସାଇନ୍ସ ସିଟି ପରିଦର୍ଶନ କରି ବିଜ୍ଞାନ କେନ୍ଦ୍ର ଉଚ୍ଚ କତୃପକ୍ଷଙ୍କ ସହ ସବିଶେଷ ଆଲୋଚନା କରି ନିର୍ମାଣଶୈଳୀ ବାବଦରେ ଅବଗତ ହୋଇଛନ୍ତି।
Comments are closed, but trackbacks and pingbacks are open.