ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ, ମୋଟ ପାସ୍ ହାର ୯୪.୬୯ ପ୍ରତିଶତ

117

ଆଜି ଅପରାହ୍ନ ୪ଟାରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି | ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଚଳିତବର୍ଷ ମୋଟ ପାସ୍ ହାର ରହିଛି ୯୪.୬୯ ପ୍ରତିଶତ । ଏ-୧ ଗ୍ରେଡରେ ମୋଟ ୧୮୧୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିଭଳି ଏ-୨ ଗ୍ରେଡରେ ମୋଟ ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବି-୨ ଗ୍ରେଡରେ ମୋଟ ୮୪,୯୭୧ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣା ପଡିଛି । ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ ବୋଲି ଜଣାପଡିଛି । ସନ୍ଧ୍ୟା ୭ଟା ପରେ ଛାତ୍ରଛାତ୍ରୀ ରେଜଲ୍ଟ ଡାଉନଲୋଡ କରିପାରିବେ ।

Comments are closed, but trackbacks and pingbacks are open.