ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏଣିକି ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ସକାଳ ୬:୩୦ରୁ ୯:୩୦ ପର୍ଯ୍ୟନ୍ତ ଚାଲିବ। ହିଟୱେଭ୍ ପରିସ୍ଥିତିକୁ ପରଖି ପିଲାମାନଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ, ସାରା ରାଜ୍ୟରେ ସ୍କୁଲ ଛୁଟି ଘୋଷଣା ସମ୍ପର୍କରେ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି। ଏସଆରସି (SRC)ଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏନେଇ ଘୋଷଣା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ତାପମାତ୍ରା ବୃଦ୍ଧି ଯୋଗୁଁ ଏବେ ସୁଦ୍ଧା ୧୮ରୁ ଅଧିକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇସାରିଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ, ଆଜିର ବୈଠକ ପରେ ସମ୍ପୂର୍ଣ୍ଣ ରାଜ୍ୟ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇପାରେ।
Comments are closed, but trackbacks and pingbacks are open.