ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା ମାମଲା,୪ ଜଣଙ୍କୁ କୋର୍ଟ ଚାଲାଣ

261

ଚମ୍ପୁଆ : ଚମ୍ପୁଆ କେରଳା ଇଂରାଜୀ ମିଡିୟମ ସ୍କୁଲ ଛାତ୍ର ଆତ୍ମହତ୍ୟା ମାମଲାରେ ୪ଜଣଙ୍କୁ କୋର୍ଟଚାଲାଣ । ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଗତ ୧୨ ତାରିଖରେ ହଷ୍ଟେଲ ୪ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲା । ଏହି ଘଟଣାକୁ କେନ୍ଦ୍ରକରି ମୃତ ଛାତ୍ରଙ୍କ ତରଫରୁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇବା ସହ ପୁଅକୁ ସ୍କୁଲ କର୍ତ୍ତୁପକ୍ଷ ହତ୍ୟା କରିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ ।

ଏହି ଘଟଣାରେ ପୋଲିସ ତଦନ୍ତକୁ ଯୋରଦାର କରିଥିବାବେଳେ ଏକ ମାମଲା ରୁଜୁ କରିଛି । ଆଜି ବିଦ୍ୟାଳୟର କର୍ମଚାରୀ ଦୈତାରୀ ସାହୁ ସହିତ ଶିଶି ଶେଖର ଝା, ପ୍ରକାଶନ ଟି ଓ ସୁରେନ୍ଦ୍ରନାଥ ମିଶ୍ରଙ୍କୁ ଚମ୍ପୁଆ ପୋଲିସ କୋର୍ଟ ଚାଲାଣ କରିଛି । ତେବେ ଏସଡିଜେଏମ କୋର୍ଟରେ ତାଙ୍କ ମାମଲା ଖାରଜ ହେବାରୁ ତାଙ୍କୁ ଚମ୍ପୁଆ ସବଜେଲକୁ ପଠାଇ ଦିଆ ଯାଇଥିବା ଜଣାଯାଇଛି ।

Comments are closed, but trackbacks and pingbacks are open.