ICSE ଦଶମ ଶ୍ରେଣୀ ସେମିଷ୍ଟର-୨ ପରୀକ୍ଷା ପାଇଁ ସମୟ ସାରଣୀ ଜାରି

38

ଆସନ୍ତା ୨୫ ତାରିଖରେ କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ (ସିଆଇଏସସିଇ) ଦ୍ୱାରା ଆଇସିଏସଇ ସେମିଷ୍ଟର ୨ ପରୀକ୍ଷା ଆୟୋଜିତ ହେବ । ପୂର୍ବରୁ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାର ଟାଇ୍ମ ଟେବୁଲ ସିଆଇଏସସିଇ ଦ୍ୱାରା ସଂଶୋଧିତ ହୋଇଥିଲା । ଆଇସିଏସଇର ଦ୍ୱିତୀୟ ସେମିଷ୍ଟର ପରୀକ୍ଷାର ଟାଇମ ଟେବୁଲ ଗତ ମାର୍ଚ୍ଚ ୩ ତାରିଖରେ ଜାରି ହୋଇଥିଲା । ଆଇସିଏସଇ ବୋର୍ଡ ପରୀକ୍ଷାର ଡାଟା ଶିଟ୍ ମସଗ୍ଦମର.କ୍ଟକ୍ସଶ ୱେବସାଇଟରେ ଉପଲବ୍ଧ ହେଉଛି । ବୋର୍ଡ ପରୀକ୍ଷା ସମୟ ଓ ସ୍ଥାନ ଆଇସିଏସଇ ଦଶମ ଶ୍ରେଣୀ ଟାଇମ୍ ଟେବୁଲରେ ପିଡିଏଫ୍ ଫର୍ମାଟରେ ରହିଛି ।
ଗତ ବର୍ଷ ଅକ୍ଟୋବର ମାସ ୨୨ ତାରିଖରେ ଆଇସିଏସଇ ଦଶମ ଶ୍ରେଣୀ ଫାଷ୍ଟ ସେମିଷ୍ଟର ପରୀକ୍ଷା ତାରିଖ ଘୋଷଣା ହୋଇଥିଲା । ଫାଷ୍ଟ ସେମିଷ୍ଟର ନଭେମ୍ବର ୨୯ରୁ ଡିସେମ୍ବର ୧୬ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ନିୟମାବଳୀକୁ ମାନିବା ଜରୁରୀ । ତଳେ ଦିଆଯାଇଥିବା ଟେବୁଲରୁ ଛାତ୍ରଛାତ୍ରୀ ଆଇସିଏସଇ ପରୀକ୍ଷା ବିଷୟରେ ସବିଶେଷ ତଥ୍ୟ ପାଇପାରିବେ । ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ଆଇସିଏସଇ ପରୀକ୍ଷା ଦୁଇଟି ସେମିଷ୍ଟରରେ କରାଯିବାକୁ ବୋର୍ଡ ନିଷ୍ପତ୍ତି ନେଇଛି ।

ଆଇସିଏସଇ ଟାଇମ୍ ଟେବୁଲ ୨୦୨୨- ଦ୍ୱିତୀୟ ସେମିଷ୍ଟର (ସଂଶୋଧିତ)
ଏପ୍ରିଲ ୨୫, ୨୦୨୨- ଇଂରାଜୀ ଭାଷା- ଇଂରାଜୀ ପେପର-୧

ଏପ୍ରିଲ ୨୬, ୨୦୨୨- ଲିଟରେଚର ଇନ୍ ଇଂରାଜୀ

ଏପ୍ରିଲ ୨୮, ୨୦୨୨- ହିଷ୍ଟ୍ରି ଓ ସିଭିକ୍ସ

ଏପ୍ରିଲ ୨୯- ୨୦୨୨- ପରିବେଶ ବିଜ୍ଞାନ

ମେ ୨, ୨୦୨୨- ଗଣିତ

ମେ ୪, ୨୦୨୨- ଭୂଗୋଳ

ମେ ୬, ୨୦୨୨- ହିନ୍ଦୀ

ମେ ୯, ୨୦୨୨- ଫିଜିକ୍ସ- ବିଜ୍ଞାନ ପେପର-୧
ମେ ୧୧, ୨୦୨୨- ଦ୍ୱିତୀୟ ଭାଷା, ଆଧୁନିକ ବିଦେଶୀ ଭାଷା

ମେ ୧୩, ୨୦୨୨- କେମିଷ୍ଟ୍ରି

ମେ ୧୭- ୨୦୨୨- ବାୟୋଲୋଜି

ମେ ୧୯, ୨୦୨୨- ଗ୍ରୁପ ୩ ଇଲେକ୍ଟିଭ

ମେ ୨୦, ୨୦୨୨- ଅର୍ଥନୀତି, ଗ୍ରୁପ ୨ ଇଲେକ୍ଟିଭ

ମେ ୨୩, ୨୦୨୨- କମର୍ସିଆଲ ଷ୍ଟଡିଜ୍

ICSE revised and ISC SEM 2 2022 – Timetable

Comments are closed, but trackbacks and pingbacks are open.