ରାଫେଲ ସହ ସ୍କାଲ୍ପ କ୍ରୁଜ୍ ମିସାଇଲ ସାମିଲ:୫୦୦ କିମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ

27

ପ୍ରଥମ ଥର ରାଫେଲ ସହିତ ସ୍କାଲ୍ପ କ୍ରୁଜ୍ ମିସାଇଲ୍ଘା ଘାତକ ଲଢୁଆ ବିମାନ ଆକାଶରେ ଉଡିଲା । ମହତ୍ଵପୂର୍ଣ୍ଣ ଅସ୍ତ୍ର ଶସ୍ତ୍ର ସହ ଉଡୁଥିବା ଅବସ୍ଥାରେ ଏହାର ଫଟୋ ସେୟାର କରିଛି ଭାରତୀୟ ବାୟୁସେନା। ସ୍କାଲ୍ପ କ୍ରୁଜ୍ ମିସାଇଲ ସହିତ ରାଫେଲ ବିମାନ ଆକାଶରେ ୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରିବ।
ଏହି ମିସାଇଲ୍ ଜରିଆରେ ଶତ୍ରୁର କୌଣସି ବି ବଡ ଏବଂ ଅତି ସୁରକ୍ଷିତ ଠିକଣାକୁ ସହଜରେ ଧ୍ଵଂସ କରାଯାଇ ପାରିବ। ରାଫେଲର ସବୁଠୁ ଖତରନାକ ହତିଆର ହେଉଛି ସ୍କାଲ୍ପ ପିଏଲ-୧୫ ଏମରାମ ମିସାଇଲ। ଏଥିରେ ପଡୋଶୀ ଶତ୍ରୁ ଦେଶର ଅବସ୍ଥା ଖରାପ କରିବାକୁ ପର୍ଯ୍ୟାପ୍ତ। ପାକିସ୍ତାନ ନିକଟରେ ଆମେରିକାଠୁ କ୍ରୟ ଏଫ-୧୬ ଲଢୁଆ ଜେଟ୍ ଥିବା ବେଳେ ଚୀନ ପାଖରେ ରହିଛି ନିଜର ଜେ-୨୦ ଲଢୁଆ ବିମାନ।

ପାକିସ୍ତାନର ଏଫ-୧୬ ଲଢୁଆ ବିମାନ ଭାରତର ରାଫେଲ ସହିତ ପ୍ରତିଦ୍ବନ୍ଦିତା କରି ପାରିବ ନାହିଁ। ମାତ୍ର ଚୀନର ଜେ-୨୦ ଫାଇଟର ଜେଟ୍ ଅନେକ ମାମଲାରେ ରାଫେଲକୁ ଟକ୍କର ଦେଇ ପାରିବ। ମାତ୍ର ଚୀନର ଲଢୁଆ ବିମାନର ଜବାବ ମଧ୍ୟ ଭାରତ ନିକଟରେ ରହିଛି। ରାଫେଲରେ ଏମିତି ହତିଆର ଖଞ୍ଜା ଯାଇଛି ଯାହା ନିମିଷକେ ମାତ୍ର ଶତ୍ରୁକୁ ପ୍ରତିହତ କରି ପାରିବ ରାଫେଲରେ ତିନି ପ୍ରକାରର ମିସାଇଲ ଖଞ୍ଜା ଯାଇ ପାରିବ। ଏଥିରେ ଆକାଶରୁ ଆକାଶରେ ଆକ୍ରମଣ କରି ପାରୁଥିବା ମିଟିୟୋର ମିସାଇଲ୍ ସାମିଲ୍।

ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ସ୍କାଲ୍ପ ମିସାଇଲ୍। ତୃତୀୟ ହେଉଛି ହାମର ମିସାଇଲ୍। ଏହି ମିସାଇଲ୍ ଲାଗିଲେ ରାଫେଲ ଶତ୍ରୁ ପାଇଁ କାଳ ପାଲଟିବ।
ରାଫେଲରେ ଲାଗିଥିବା ମିଟିୟୋର ମିସାଇଲ ୧୫୦ କିଲୋମିଟର ଏବଂ ସ୍କାଲ୍ପ ମିସାଇଲ୍‌ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଅନ୍ୟପଟେ ହାମର ମିସାଇଲ୍ ସ୍ଵଳ୍ପ ଦୂରଗାମୀ ନିଶାଣକୁ ଧ୍ଵସ୍ତ କରିବାକୁ ବ୍ୟବହାର କରାଯାଇ ପାରିବ। ଏହି ମିସାଇଲ ଆକାଶରୁ ଭୂପୃଷ୍ଠରୁ ନିଶାଣକୁ ଲକ୍ଷ୍ୟଭେଦ କରିବାରେ ପ୍ରମୁଖ ଭୂମିକା ନିଭାଇ ପାରିବ।ଏହାକୁ ‘ଗେମ ଚେଞ୍ଜିଂ’ ମିସାଇଲ୍ ମଧ୍ୟ କୁହାଯାଏ।

Leave A Reply

Your email address will not be published.