୪୦ କୋଟି ଗ୍ରାହକଙ୍କୁ ସତର୍କ କଲା ଏସବିଆଇ, ବନ୍ଦ ହୋଇପାରେ ଆପଣଙ୍କ ବ୍ୟାଙ୍କ ସେବା, ଜାଣନ୍ତୁ କାରଣ –

21

ଏସବିଆଇ ଏହାର ସମସ୍ତ ଆକାଉଣ୍ଟଧାରୀଙ୍କୁ ସତର୍କ କରାଇଛି। ବ୍ୟାଙ୍କ କହିଛି ଯେ ଯଦି ଗ୍ରାହକମାନେ ମାର୍ଚ୍ଚ ୩୧ ସୁଦ୍ଧା ପାନ୍-ଆଧାର କାର୍ଡକୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ନକରନ୍ତି, ତେବେ ସେମାନଙ୍କର ବ୍ୟାଙ୍କିଙ୍ଗ୍ ସେବା ବ୍ୟାହତ ହୋଇପାରେ । ବ୍ୟାଙ୍କ ନିଜର ପାଖାପାଖି ୪୦ କୋଟି ଗ୍ରାହକଙ୍କୁ ଏଥିପାଇଁ ଏସବିଆଇ ମଧ୍ୟ ଟ୍ୱିଟ୍ କରି ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ନିଜ ପ୍ୟାନ କାର୍ଡ ଲିଙ୍କ କରିବାକୁ ନୋଟିସ୍ ଜାରି କରିଛି ।
ଏସବିଆଇ ପକ୍ଷରୁ କୁହାଯାଇଛି କୌଣସି ଅସୁବିଧାକୁ ଏଡ଼ାଇବା ପାଇଁ ଏବଂ ଆମର ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବାକୁ ଉପଭୋଗ କରିବା ପାଇଁ ଆମେ ଆମର ଗ୍ରାହକଙ୍କୁ ସେମାନଙ୍କର ପ୍ୟାନକୁ ଆଧାର ସହିତ ଲିଙ୍କ କରିବାକୁ ପରାମର୍ଶ ଦେଉଛୁ। ଏହା ସହିତ ବ୍ୟାଙ୍କ କହିଛି ଯେ ପ୍ୟାନକୁ ଆଧାର ସହିତ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ। ଯଦି ପାନ୍ ଏବଂ ଆଧାର ଲିଙ୍କ୍ ହୋଇନଥାଏ, PAN ନିଷ୍କ୍ରିୟ ହୋଇଯିବ ଏବଂଏହା ପର ଠାରୁ ବ୍ୟାଙ୍କ ସହିତ କାରବାର କରିବା ପାଇଁ PAN ବ୍ୟବହାର କରାଯାଇପାରିବ ନାହିଁ I ଆସନ୍ତୁ ଜାଣିବା ପ୍ୟାନ- ଆଧାର କାର୍ଡ ଲିଙ୍କ କରିବେ କିପରି?
ପ୍ରଥମେ ଇନକମ୍ ଟ୍ୟାକ୍ସର ୱେସାଇଟକୁ ଯାଆନ୍ତୁ( WWW.incometaxindiaefiling.gov.in/home)
ସାଇଟର ବାମ ପଟେ ଆପଣଙ୍କୁ Link Aadhaar ର ବିକଳ୍ପ ଦେଖାଯିବ, ଏହା ଉପରେ କ୍ଲିକ କରନ୍ତୁ ।
ଏହାପରେ ଏକ ନୂୁଆ ପେଜ୍ ଖୋଲିବ, ଯେଉଁଠାରେ ଆପଣଙ୍କୁPAN, AADHAAR ଆଧାରରେ ଆପଣଙ୍କ ନାଁ ଭରିବାକୁ ପଡିବ ।
ଯଦି ଆପଣଙ୍କ ଆଧାର କାର୍ଡରେ କେବଳ ଜନ୍ମ ତାରିଖ ରହିଛି ତେବେ ‘I have only year of birth in aadhaar card’ ବକ୍ସ ଉପରେ ଟିକ କରନ୍ତୁ ।
ଏହାପରେ ଓଟିପି ନମ୍ବର ଭରନ୍ତୁ
ଲିଙ୍କ ଆଧାର ଅପ୍ସନକୁ କ୍ଲିକ କରନ୍ତୁ, ଆପେ ଆପେ ଆପଣଙ୍କ ପ୍ୟାନ୍ କାର୍ଡ ଓ ଆଧାର ଲିଙ୍କ ହୋଇଯିବ ।
ପ୍ୟାନ- ଆଧାର ଲିଙ୍କର ଦ୍ୱିତୀୟ ପ୍ରକ୍ରିୟା:
ଏହି ଲିଙ୍କ ପ୍ରକ୍ରିୟା ଅପଣ ଏସଏମଏସ ମାଧ୍ୟମରେ ମଧ୍ୟ କରିପାରିବେ ।
ମୋବାଇଲର ମେସେଜ୍ ବକ୍ସକୁ ଯାଇ ଟାଇପ କରନ୍ତୁ- UIDPAN<12-digit Aadhaar><10-digit PAN>
ଏହି ମେସେଜକୁ 567678 , 56161 ପଠାଇଦିଅନ୍ତୁ
ବାସ୍ ଏତିକିରେ ପ୍ୟାନ ସହ ଆଧାର ଲିଙ୍କ ହୋଇଗଲା, ଯାହାକୁ ଆପଣ ବ୍ୟାଙ୍କ ଆକାଉଣ୍ଟରେ ଅପଡେଟ କରିଦେଇପାରିବେ । ଏଥିପାଇଁ ପୂର୍ବରୁ ୨୦୨୧ ସେପ୍ଟେମ୍ବର ୩୦ ତାରଖ ଧାର୍ଯ୍ୟ କରାଯାଇଥିବାବେଳେ ଏବେ ଏହାକୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ଯାଏଁଁ ବୃଦ୍ଧି କରାଯାଇଛି ।
ଏହାକୁ ତୁରନ୍ତ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରିବାକୁ ପଡିବ । ସମୟ ସୀମା ପୂର୍ବରୁ ଏପରି ନକଲେ ଗ୍ରାହକଙ୍କ ବ୍ୟାଙ୍କ ସେବା ବନ୍ଦ କରିବାକୁ ସୂଚନା ଦେଇଛି ଏସବିଆଇ ।

Leave A Reply

Your email address will not be published.