‘ବିଜେପି ଭଗାଓ, ଦେଶ ବଚାଓ’ ;ବର୍ଷିଲେ ତେଜସ୍ବୀ ଯାଦବ

147

ପାଟନା: ଆଜି (ଗୁରୁବାର) ସିପିଆଇର ‘ବିଜେପି ଭଗାଓ, ଦେଶ ବଚାଓ’ ରାଲି ଅନୁଷ୍ଠିତ ହୋଇଛି । ଏହି ରାଲିରେ ବିଜେପି ଉପରେ ବର୍ଷିଛନ୍ତି ସିପିଆଇ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ତେଜସ୍ୱୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପାଳନ କରିଛୁ । ବିହାରର ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ପାଇଁ ପ୍ରତିଶୃତି ଦିଆଯାଇଥିଲା । ଚାରି ଲକ୍ଷ ସରକାରୀ ଚାକିରି ପାଇଁ ନିଯୁକ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନ ଆମ ସରକାର ମାତ୍ର ୧୪ ମାସ ଧରି କ୍ଷମତାରେ ଅଛନ୍ତି । ହେଲେ ସ୍ବଳ୍ପ ସମୟ ଭିତରେ ଲୋକଙ୍କ ଅନେକ ହିତକର କାମ କରିଛୁ ।

ତେଜସ୍ବୀ କହିଛନ୍ତି ଯେ, ‘ଭାରତ ସରକାର ପୁଞ୍ଜିପତିଙ୍କ ସରକାର ଅଟନ୍ତି । କେବଳ ଦୁଇ-ତିନି ଜଣଙ୍କ ପାଇଁ କାମ କରୁଛନ୍ତି । ଏପରି ଗୋଟିଏ କାମର ଉଦାହରଣ ଦିଅନ୍ତୁ ଯାହା ବିଜେପି କରିଥିବ । ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ବର୍ଦ୍ଧିତ ଦର ବିଜେପକୁ ଡାହାଣୀ ପରି ଦେଖାଯାଉନି । ଏହା ଏବେ ବିଜେପିକୁ ତାର ପ୍ରେମିକା ପରି ଦେଖାଯାଉଛି । ଏପରି ମହଙ୍ଗା ମାଡରେ ଜଣେ ଗରିବ ବ୍ୟକ୍ତି କ’ଣ ଖାଇବ, ସେନେଇ ବିହାରରେ ଆମେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛୁ’ ।

ତେଜସ୍ୱୀ ଯାଦବ କହିଛନ୍ତି ଯେ, ଆଜି ଏକ ଐତିହାସିକ ଦିନ । ନିର୍ବାଚନରେ ​​ଆମେ ଯାହା ପ୍ରତିଶୃତି ଦେଇଥିଲୁ ଯଦି ଗଠବନ୍ଧନ ସରକାର ଗଠନ ହୁଏ, ତେବେ ଆମେ ବିହାରର ଯୁବକମାନଙ୍କୁ ୧୦ ଲକ୍ଷ ସରକାରୀ ଚାକିରି ଦେବୁ । ଆଜି ମୁଁ ଖୁସି ଯେ ଏହି ରାଲିର ଆୟୋଜନ କରାଯାଇଛି । ଏଥିପାଇଁ ସମସ୍ତ ସିପିଆଇ ନେତାଙ୍କୁ ଧନ୍ୟବାଦ ଜଣାଉଛି ।
ବିଜେପିକୁ ଆଟାକ କରି ସେ ଜନତାଙ୍କୁ କହିଛନ୍ତି ଯେ, କିଛି ଲୋକ ଖଣ୍ଡା ବାଣ୍ଟିବାରେ ନିୟୋଜିତ ଅଛନ୍ତି, ଆମେ କଲମ ବାଣ୍ଟୁଛୁ । ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଯେ, ଯିଏ ଭାଇ ବିରୁଦ୍ଧରେ ଭାଇକୁ ଓ ଜାତି କୁ ଜାତି ବିରୁଦ୍ଧରେ ଲଢେଇ କରିବାକୁ ଉସକୋଉଛି ଆପଣ ମାନେ ସେହିଭଳି ଲୋକଙ୍କୁ ସମର୍ଥନ କରିବେ ନା ଯିଏ କଲମ ବାଣ୍ଟୁଛି ଓ ଚାକିରି ଦଉଛି ତାକୁ ସମର୍ଥନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେଜସ୍ୱୀ କହିଛନ୍ତି, ‘ମଧ୍ୟପ୍ରଦେଶରେ କ’ଣ ହେଲା? ମହାରାଷ୍ଟ୍ରରେ ତୁମେ କ’ଣ କଲ? ଏହି ଲୋକମାନେ ଝାଡଖଣ୍ଡରେ କେଉଁ ପ୍ରୟାସ କରୁଥିଲେ? ଦିଲ୍ଲୀରେ କଣ ଘଟୁଛି? ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ପଠାଯାଇଛି । ଆମେ ଜାଣିଥିଲୁ ଯେ ଆମେ ବିଜେପିକୁ ଏତେ ବଡ ଝଟକା ଦେଇଛୁ ଯେ ସିବିଆଇ, ଇଡି, ଇନକମ ଟ୍ୟାକ୍ସ ପୁଣି ଆରମ୍ଭ ହେବ ଏବଂ ବେଜେପିର ସମସ୍ତ ସତ ବାହାରକୁ ଆସିବ’ ।

Comments are closed, but trackbacks and pingbacks are open.