ଆଜିଠାରୁ କୁମ୍ଭ ରାଶିରେ ଶନି ଦେବ ଙ୍କର ହେଉଛି ବକ୍ରୀ ଚଳନ, ଏହି ୫ ଟି ରାଶି ସତର୍କ ରୁହନ୍ତୁ

32

ନି ଦେବ ହେଉଛନ୍ତି ନ୍ୟାୟର ଦେବତା I ବିଶ୍ୱାସ ରହିଛି ଯେ ଯଦି ବ୍ୟକ୍ତିଙ୍କ ଜାତକରେ ଶନି ରୁଷ୍ଟ ଥାନ୍ତି ସେହି ବ୍ୟକ୍ତିଙ୍କୁ ବର୍ବାଦ ହେବାକୁ ଅଧିକ ସମୟ ଲାଗେ ନାହିଁ I ଶନି ଦେବ ନିୟମିତ ଭାବେ ତାଙ୍କର ରାଶି ପରିବର୍ତ୍ତନ କରନ୍ତି I ଆସନ୍ତା କାଲିଠାରୁ ଜୁନ ୫ ରୁ ଶନି କୁମ୍ଭ ରାଶିରେ ବକ୍ରୀ ଚଳନ କରୁଛନ୍ତି I ଏହା ଫଳରେ ଯେଉଁ ରାଶିର ଶନି ଅଢେଇ କିମ୍ବା ସାଢେ ସାତି ଚାଲିଛି ସେମାନେ ବିଶେଷ ଭାବରେ ପ୍ରଭାବିତ ହେବେ I ବିଶେଷ କରି ଏହି ୫ ଟି ରାଶିର ବ୍ୟକ୍ତି ଅଧିକ ପ୍ରଭାବିତ ହେବେ I ଆସନ୍ତୁ ଜାଣିବା ଏଥିପାଇଁ ଉପାୟ କଣ ରହିଛି :

ଶନିବାର ଦିନ ଭୋକିଲା ଙ୍କୁ ଖାଦ୍ୟ ଦିଅନ୍ତୁ :

କୁମ୍ଭ: ବର୍ତ୍ତମାନ ଶନି ସ୍ଵଗୃହୀ ଅର୍ଥାତ କୁମ୍ଭରେ ରହିଛନ୍ତି I ଏହି ସମୟରେ ଆପଣ ମିଥ୍ୟI,କପଟ ଠାରୁ ଦୁରେଇ ନ୍ୟାୟ ବିଚାର କରନ୍ତୁ I ଆପଣଙ୍କୁ ଅଧିକ ସତର୍କ ହେବା ଆବଶ୍ୟକ I ଏହାର କାରଣ ହେଉଛି ଯେ ଶନି ଦେବ ଆଜିଠାରୁ ଏହି ରାଶିରେ ବକ୍ରୀ ଚଳନ ବା ଓଲଟା ଚଳନ ଚାଲିବେ I ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରତି ଶନିବାର ଦିନ ଅସହାୟ ଲୋକଙ୍କୁ ଖାଇବାକୁ ଦେବାକୁ ପଡିବ I ଏଥିସହ, ଆର୍ଥିକ ପ୍ରସଙ୍ଗରେ ଆପଣଙ୍କୁ ସଂଯମତା ସହିତ କାର୍ଯ୍ୟ କରିବାକୁ ପଡିବ I

କର୍କଟ: ଏହି ରାଶିର ଲୋକମାନେ ସାବଧାନ ହେବା ଆବଶ୍ୟକ I ଶନିଙ୍କ ଅଢେଇ କର୍କଟ ରାଶିର ବ୍ୟକ୍ତିଙ୍କୁ ପ୍ରଭାବିତ କରିବ I ଏପରି ପରିସ୍ଥିତିରେ ଆପଣଙ୍କୁ ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ଭାବରେ କଷ୍ଟ ଭୋଗିବାକୁ ପଡିପାରେ I ଏହାକୁ ଏଡାଇବା ପାଇଁ ଶନିବାର ଦିନ ଅଭାବୀ ଲୋକଙ୍କୁ ଜିନିଷ ଦାନ କରନ୍ତୁ I ଦାନ କରିବାବେଳେ, ମନେରଖନ୍ତୁ ଯେ ତାହା କେବଳ ଶନି ଦେବଙ୍କ ସହିତ ଜଡିତ ଥିବ ଯେପରିକି ଛତା,ଜୋତା,କଳା ତିଳ ,ତିଳ ତେଲ ,କିମ୍ବା ଲୁହI ର ସାମଗ୍ରୀ ଇତ୍ୟାଦି I

ମୀନ : ଶନି ଙ୍କ ବକ୍ରୀ ଚଳନ ରେ ମୀନ ରାଶିର ବ୍ୟକ୍ତିଙ୍କୁ ଚାକିରୀ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ I ଏହା ସହିତ ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିପାରେ I ଏପରି ପରିସ୍ଥିତିରେ,ନିଜ ବାଣୀରେ ସଂଯମତା ରଖନ୍ତୁ ଏବଂ ପ୍ରତି ଶନିବାର ଘରେ ଶନି ଚାଳିଶI ପାଠ କରନ୍ତୁ I

ବିଛା : ଶନି ଙ୍କର ବକ୍ରୀ ଚଳନ ହେତୁ ବିଛା ରାଶିର ବ୍ୟକ୍ତିଙ୍କର ଦାମ୍ପତ୍ୟ ଜୀବନ ରେ କଳହ ଦେଖାଦେଇ ପାରେ I ଅନେକ କାର୍ଯ୍ୟ ବିଗିଡ଼ିବାର ସମ୍ଭାବନା ରହିଛି ଏହି ସମୟରେ କ୍ରୋଧ କୁ ନିୟନ୍ତ୍ରଣରେ ରଖନ୍ତୁ I ନିଜ ସ୍ଵଭାଵ ରେ ପରିବର୍ତନ କରନ୍ତୁ I ଶନିବାର ଦିନ ଶିବ ମନ୍ଦିର ,ଶନି ମନ୍ଦିର ଦର୍ଶନ କରନ୍ତୁ I

ମକର : ଏହି ରାଶିର ବ୍ୟକ୍ତିମାନେ ଶନି ଙ୍କ ବକ୍ରୀ ଚଳନ ଦ୍ୱାରା ପ୍ରଭାବିତ ହେବେ I ଯେଉଁଥିପାଇଁ ସେମାନେ ଉଭୟ ଚାକିରି ଏବଂ ବ୍ୟବସାୟ ରେ ପ୍ରଭାବିତ ହେବେ I ଏପରି ପରିସ୍ଥିତିରେ ସତର୍କତା ରହିବ ଆବଶ୍ୟକ I କାହା ସହିତ ଅନାବଶ୍ୟକ ଭାବରେ କଳହ କରନ୍ତୁ ନାହିଁ I ଶାନ୍ତ ସ୍ୱଭାବରେ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ I ପ୍ରତି ଶନିବାର ଦିନ ଶନି ଚାଳିଶା ପାଠ କରନ୍ତୁ I

Comments are closed, but trackbacks and pingbacks are open.