ଭୁବନେଶ୍ବର: ଫେବୃଆରୀ ୯ ତାରିଖରେ ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)। ଓସିଏ ସମ୍ପାଦକ ସଞ୍ଜୟ ବେହେରା ବୁଧବାର ପୁରୀ ଯାଇ ମହାପ୍ରଭୁଙ୍କୁ ଏହି ଟିକେଟ୍ ପ୍ରଦାନ କରିଛନ୍ତି। ବାରବାଟୀରେ ଏହି ମ୍ୟାଚ୍ କିଭଳି ଶୃଙ୍ଖଳିତ ଭାବେ ସୁରୁଖୁରୁରେ ଶେଷହେବ ସେ ନେଇ ଓସିଏ ସମ୍ପାଦକ ଶ୍ରୀ ବେହେରା ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ଅବସରରେ ପୁରୀ ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ଏବଂ ଶ୍ରୀମନ୍ଦିର ସେବକମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମ୍ୟାଚ୍ ଲାଗି ପ୍ରଥମ ଟିକେଟ୍ କିଣିଛନ୍ତି। ବୁଧବାର ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସମ୍ପାଦକ ଶ୍ରୀ ବେହେରା, ଅନୁଗୋଳ ବିଧାୟକ ତଥା ଆପେକ୍ସ କାଉନ୍ସିଲ୍ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲ୍ମ୍ପିକ୍ ଆସୋସିଏସନ୍ ସମ୍ପାଦକ ଅଭିଜିତ ପାଲ୍ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
Comments are closed, but trackbacks and pingbacks are open.