ପରଲୋକରେ ଅଭିନେତା ସତୀଶ ଶାହ

87

ମୁମ୍ବାଇ : ଅଭିନେତା ସତୀଶ ଶାହଙ୍କ କିଡନୀ ଫେଲ୍ୟୁର ଯୋଗୁ ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଫିଲ୍ମ ନିର୍ଦ୍ଦେଶକ ଅଶୋକ ପଣ୍ଡିତ ଏହି ଦୁଃଖଦ ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି । ଜଣେ ଭଦ୍ର ବ୍ୟକ୍ତି ଓ ଭଲ ଅଭିନେତା ଭାବେ ସେ ସମସ୍ତଙ୍କର ଅତି ପ୍ରିୟ ଥିଲେ । ସେ ଶହେରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ଏମିତିକି ଟିଭି ସୋ ପାଇଁ ମଧ୍ୟ ବେଶ୍‌ ଚର୍ଚ୍ଚିତ । ‘ସାରାଭାଇ ଭର୍ସେସ ସାରାଭାଇ’ ସିରିଏଲ୍‌ରେ ଇନ୍ଦୁ ଚରିତ୍ରରେ ବେଶ୍ ଦମଦାର ଅଭିନୟ କରିଥିଲେ ସତୀଶ । ୧୯୫୧ ମସିହା ୨୫ ଜୁନରେ ଜନ୍ମିତ ସତୀଶ ପିଲାବେଳୁ ଅଭିନୟ ପ୍ରତି ଆକୃଷ୍ଟ ଥିଲେ । ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ସେ ଅଭିନୟର ଶିକ୍ଷା ନେଇଥିଲେ । ଦୋ ୟାରୋଁ, ମାସୁମ, କଭି ହାଁ କଭି ନାଁ, ହମ ଆପକେ ହୈ କୌନ, ଦିଲୱାଲେ ଦୁଲହନିୟାଁ ଲେ ଜାଏଙ୍ଗେ, କଲ ହୋ ନା, ଓମ ଶାନ୍ତି ଓମ, ମେଁ ହୁ ନା, ରାୱାନ, ଚଲତେ ଚଲତେ ଓ ମୁଝସେ ଶାଦୀ କରୋଗୀ , ହମ ସାଥ୍ ସାଥ୍ ହେ ପରି ଫିଲ୍ମରେ ସେ ଅଭିନୟ କରିଛନ୍ତି ।

Comments are closed, but trackbacks and pingbacks are open.