ଇସ୍ରୋର ବର୍ଷର ପ୍ରଥମ ଉତକ୍ଷେପଣ ବିଫଳ

122

ନୂଆଦିଲ୍ଲୀ: କକ୍ଷପଥରେ ମୁତୟନ ହୋଇପାରିଲା ନାହିଁ ସାଟେଲାଇଟ୍ ‘ଅନ୍ୱେଷା’। ଅର୍ବିଟ ପୂର୍ବରୁ ଏହା ମହାକାଶରେ ହଜିଯାଇଛି। ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହୋଇଥିଲା ପିଏସ୍ଏଲ୍‌ଭି-ସି୬୨ ରକେଟ୍। ଆଜି ସକାଳ ୧୦ଟା ୧୭ ମିନିଟରେ ଏହା ଉତ୍‌କ୍ଷେପଣ କରାଯାଇଥିଲା। ହେଲେ ଅର୍ବିଟ ପୂର୍ବରୁ ଦିଗ ବଦଳାଇ ମହାକାଶରେ ଗାଏବ ହୋଇଗଲା ସାଟେଲାଇଟ। ଶେଷ ପର୍ଯ୍ୟାୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ କକ୍ଷପଥରେ ପହଞ୍ଚି ପାରିଲାନି ସାଟେଲାଇଟ୍ ‘ଅନ୍ୱେଷା’। କେଉଁଠି ତ୍ରୁଟି ରହିଲା ତାର ବିଶ୍ଲେଷଣ ଚାଲିଥିବା ଏକ୍ସରେ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)। ବର୍ଷ ଆରମ୍ଭରୁ ଇସ୍ରୋର PSLV-C62 ମିଶନ୍ ବିଫଳ ହୋଇଛି। ସୀମାରେ ଶତ୍ରୁର ଗତି ବିଧି ଉପରେ ଟିକ୍‌ନିକ୍ ନଜର ରଖିବାକୁ ବଡ଼ ମିଶନ ଆରମ୍ଭ କରିଥିଲା ଇସ୍ରୋ। ପିଏସ୍ଏଲ୍‌ଭି-ସି୬୨ ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡ୍ ରୁ ରକେଟ୍ ଉଡ଼ାଣ କରିଥିଲା, ଯେଉଁଥିରେ ଇଓଏସ୍‌-ଏନ୍୧ ‘ଅନ୍ୱେଷା’ ପୃଥିବୀ ଓ ସାମୁଦ୍ରିକ ପର୍ଯ୍ୟବେକ୍ଷଣ ଉପଗ୍ରହ ସହିତ ୧୫ ଟି ଅନ୍ୟ ଉପଗ୍ରହ ରହିଥିଲା। ଲଞ୍ଚ ପ୍ରୟାସର କିଛି ଘଣ୍ଟା ପରେ ଇସ୍ରୋ ସୂଚିତ କରିଥିଲା ଯେ ମିଶନର ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକଲ (ପିଏସ୍ଏଲ୍‌ଭି) ର ଏହା ୬୪ତମ ଉଡ଼ାଣ ଥିଲା। ‘ଅନ୍ୱେଷା’ ବ୍ୟତୀତ ୧୫ଟି ଅନ୍ୟ ଉପଗ୍ରହ ମଧ୍ୟରେ ଭାରତୀୟ ଷ୍ଟାର୍ଟଅପ୍‌ , ବିଶ୍ବବିଦ୍ୟାଳୟ ଓ ସ୍ପେନର କେଷ୍ଟ୍ରେଲ ଇନିସିଆଲ ଡେମୋନଷ୍ଟ୍ରେଟର ପରି ଅନ୍ୟ ଆର୍ନ୍ତଜାତିକ ସହଯୋଗୀଙ୍କ ରକେଟ ରହିଥିଲା। ହେଲେ ଶେଷ୍ ପର୍ଯ୍ୟାୟରେ ଯାନ୍ତ୍ରିକ ତ୍ରୁଟି ପାଇଁ ମିଶନ୍ ବିଫଳ ହୋଇଛି।

Comments are closed, but trackbacks and pingbacks are open.