ସାସ୍ -୨୦୨୨ରେ ସୋଆର ଫ୍ୟାକଲ୍ଟି ମେମ୍ବର୍ ସମ୍ମାନିତ

29

ଭୁବନେଶ୍ୱର, ୨୪/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌ର ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେସନ୍ ବିଭାଗର ମୁଖ୍ୟ ଡକ୍ଟର ଉମେଶ ଚନ୍ଦ୍ର ପରିଡା ଏବଂ ଆସୋସିଏଟ୍ ପ୍ରଫେସର ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୱାଲିଟି ବିଭାଗର ମୁଖ୍ୟ ଡକ୍ଟର ଅରୋଲିପି ହସ୍ପିଟାଲ୍ ପରିଚାଳନାକୁ ନେଇ ଏଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଶନିବାର ସମ୍ମାନିତ ହୋଇଛନ୍ତି ।
ଏମ୍ସ ଭୁବନେଶ୍ୱରର ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ବିଭାଗ ଏବଂ ରିଜିଓନାଲ୍ ଚାପ୍ଟର ଏକାଡେମୀ ଅଫ୍ ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ , ଭୁବନେଶ୍ୱର ଓ ଏକାଡେମୀ ଅଫ୍ ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍‌, ନୋଇଡ଼ାର ମିଳିତ ସହଯୋଗରେ ଦୁଇ ଦିନିଆ ଜାତୀୟ କର୍ମଶାଳା “ସେଫ୍ ସଷ୍ଟେନେବଲ୍ ହସ୍ପିଟାଲ୍‌ସ (ସାସ୍‌)-୨୦୨୨” ଶନିବାର ଆରମ୍ଭ ହୋଇଛି ।
ଏହି କର୍ମଶାଳାରେ ଦେଶର ବିଭିନ୍ନ ଜାତୀୟ ଅନୁଷ୍ଠାନ ଏବଂ ହସ୍ପିଟାଲ୍‌ଗୁଡ଼ିକର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଯୋଗ ଦେଇଥିଲେ ।
ଡକ୍ଟର ପରିଡା ସାସ୍‌-୨୦୨୨ର ପୃଷ୍ଠପୋଷକ ଥିବା ବେଳେ ଡକ୍ଟର ଅରୋଲିପି ସମ୍ମିଳନୀର ଆୟୋଜକ କମିଟିର ସଦସ୍ୟା ଥିଲେ ।

Comments are closed, but trackbacks and pingbacks are open.