ସରପଞ୍ଚ ପ୍ରାର୍ଥୀ ଙ୍କୁ ଅପହରଣ

16

ଅନଗୁଳ ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପରଚା ନିମନ୍ତେ ଯାଇ ଆଉ ଘରକୁ ଫେରି ନାହାନ୍ତି ଇ ତାଙ୍କୁ କେହି ଅପହରଣ କରିଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚଙ୍କ ସ୍ତ୍ରୀ ।
ସୂଚନାନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ୫ଟାରେ ମନୋଜ ପ୍ରଚାର ନିମନ୍ତେ ଘରୁ ବାହାରିଥିଲେ । ଏହାର ଘଣ୍ଟାକ ପରେ ଅର୍ଥାତ ସନ୍ଧ୍ୟା ୬ଟାରୁ ତାଙ୍କ ଫୋନ୍‌ ସୁଇଚ ଅଫ୍‌ ଆସିଲା। ବିଳମ୍ବିତ ରାତି ଯାଏ ଘରକୁ ନ ଫେରିବାରୁ ସମର୍ଥକ ଓ ପରିବାର ଲୋକ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର ପତ୍ତା ନ ମିଳିବାରୁ ଏନେଇ ସେମାନ ଥାନାରେ ଅଭିଯୋଗ କରିଛନ୍ତି । ଛେଣ୍ଡିପଦା ପୋଲିସ ବହୁ ଖୋଜାଖୋଜି କରି ବର୍ତ୍ତମାନ ସୁଦ୍ଧା କିଛି ଖବର ପାଇ ନାହାନ୍ତି । ତଦନ୍ତ ଚାଲୁ ରହିଛି ବୋଲି କହିଛନ୍ତି ।

Leave A Reply

Your email address will not be published.