ସରିଲା ପୂଜା, ବିଦାୟ ନେବେ ମା, ପୋଲିସ ତରଫରୁ କଡା ସୁରକ୍ଷା, ଶୋଭାଯାତ୍ରା ଜଗିବ ଡ୍ରୋନ କ୍ୟାମେରା

58

ଭୁବନେଶ୍ବର: ଶେଷ ହେଲା ବହୁ ପ୍ରତିକ୍ଷୀତ ମା ଦୁର୍ଗାଙ୍କ ପୂଜା। କୋଟିକୋଟି ଟଙ୍କା ଖର୍ଚ୍ଚ କରି କରାଯାଇଥିଲା ଏହି ପୂଜା। ହଜାରହଜାର ଭକ୍ତ ମାଙ୍କୁ କଲେ ଦର୍ଶନ। ଆଜି ମା ବିଦାୟ ନେବେ। ଭସାଣୀ ପାଇଁ କଟକ ଭୁବନେଶ୍ବରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ଭସାଣୀ ଉତ୍ସବ କରିବା ପାଇଁ କମିଶନରେଟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥର ଭସାଣୀ ଶୋଭାଯାତ୍ରାକୁ ସଂପୂର୍ଣ୍ଣ ଭାବେ ସିସିଟିଭି କ୍ୟାମେରା ମାଧ୍ୟମରେ ନିୟନ୍ତ୍ରଣ କରାଯିବ। ସେଥିପାଇଁ ୫ ଶହରୁ ଅଧିକ କ୍ୟାମେରା ନିୟୋଜିତ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଡ୍ରୋନ କ୍ୟାମେରା ମଧ୍ୟ ରଖାଯାଇଛି। ଲମ୍ବା ଶୋଭାଯାତ୍ରା ଯାଉଥିବା ବେଳେ ଉପରୁ ଏହି ଡ୍ରୋନ କ୍ୟାମେରା ମାଧ୍ୟମରେ ପରିସ୍ଥିତି ନିରୀକ୍ଷଣ କରାଯିବ। ଏସବୁ ପାଇଁ ଉଭୟ କଟକ ଓ ଭୁବନେଶ୍ବରରରେ ପୋଲିସ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ଭସାଣୀ ଶୋଭାଯାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ମୋଟ ୧୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହା ଭିତରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମେଢ଼ ଗୁଡ଼ିକ ସହିତ ରହିବେ। ସହରର ବିଭିନ୍ନ ସ୍ଥାନରେ ମୋଟ ୬୦ଟି ଏଡ ପୋଷ୍ଟ ରହିବ । ଦେବୀଗଡା ଏବଂ କୁଆଖାଇ ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିଷ୍ପତି ହୋଇଛି।

Comments are closed, but trackbacks and pingbacks are open.