ସାରା-ଶୁଭମନ୍ ଯୋଡ଼ି

24

କିଛି ଦିନ ପୂର୍ବରୁ ଅଭିନେତ୍ରୀ ସାରା ଅଲୀ ଖାନ, କ୍ରିକେଟର୍ ଶୁଭମନ୍ ଗିଲ୍‌ଙ୍କ ସହିତ ଡିନର୍ ଡେଟ୍ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ଏ ଦୁଇ ଜଣଙ୍କ ଆଫେୟାର୍ ବିଷୟ ଚର୍ଚ୍ଚାରେ ରହୁଥିଲା । ଏହି ଖବର କେତେ ସତ ଥିଲା ଓ କେତେ ଫେକ୍‌, ଏହାର ଉତ୍ତର ବୋଧହୁଏ ପ୍ରଶଂସକମାନେ ଏବେ ପାଇଯିବେ । କାରଣ ଶୁଭମନ୍ ଗିଲ୍‌ଙ୍କ ସାଙ୍ଗ ଖୁସ୍‌ପ୍ରୀତ୍ ସିଂହ ଔଲଖ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଯେଉଁ ପୋଷ୍ଟ କରିଛନ୍ତି ସେଥିରେ ସାରା ଅଲୀ ଖାନଙ୍କ ସହିତ ତାଙ୍କର ସମ୍ପର୍କ ଥିବାର ଜଣାପଡୁଛି । ଏହି ପୋଷ୍ଟଟି ତୁରନ୍ତ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରିଛି । ଖୁସ୍‌ପ୍ରୀତ୍‌ଙ୍କ ଫନି ଅନ୍ଦାଜରେ ସାଙ୍ଗକୁ ଶୁଭେଚ୍ଛା ଜଣାଇବାର ଶୈଳୀ ସମସ୍ତଙ୍କୁ ପସନ୍ଦ ଆସିଲା । ତେବେ ପୋଷ୍ଟ୍‌ରେ ସାରାଙ୍କ ନାମ ଲେଖାଥିବା ସବୁଠାରୁ ବଡ଼ ଓ ମୁଖ୍ୟ ପ୍ରସଙ୍ଗ ଥିଲା । ଏହି ପୋଷ୍ଟ୍ ଏବେ ଭାଇରାଲ୍ ହେଉଛି ପ୍ରଶଂସକଙ୍କ ମହଲରେ । ୟୁଜର୍ସ ଏହି ପୋଷ୍ଟ୍‌କୁ ଦେଖିବା ପରେ ଏ ଦୁଇ ଜଣଙ୍କ ସମ୍ପର୍କକୁ ସତ ବୋଲି ମାନୁଛନ୍ତି । ଖୁସ୍‌ପ୍ରୀତ୍ ଏହି ପୋଷ୍ଟ୍‌ରେ ସାରାଙ୍କ ନାମ ଯେପରି ବୋଲ୍ଡ କରି ଲେଖିଛନ୍ତି ଏଥିରୁ ଏହି ମାମଲାକୁ ଗମ୍ଭୀର ଭାବରେ ନେଉଛନ୍ତି ୟୁଜର୍ସ । ଏବେ ମିଡିଆରେ ଶୁଭମନ୍ ଗିଲ୍ ଓ ସାରା ତେନ୍ଦୁଲକରଙ୍କ ବ୍ରେକ୍‌ଅପ୍‌ର ଖବର ମଧ୍ୟ ମୁଖ୍ୟ ଖବର ହୋଇ ରହିଛି । ଏମାନେ ପରସ୍ପରକୁ ଇନ୍‌ଷ୍ଟାରେ ଅନ୍‌ଫଲୋ ମଧ୍ୟ କରିଦେଇଛନ୍ତି । ସାରା-ଶୁଭମନ୍‌ଙ୍କ ଆଫେୟାର୍ ଖବରରେ କେତେ ସତ୍ୟତା ଅଛି ତାହା ତ ସମୟ କହିବ । କିନ୍ତୁ ସୋସିଆଲ୍ ମିଡିଆରେ ଲୋକମାନଙ୍କୁ ଗସିପ୍ ପାଇଁ ଏକ ଖବର ନିଶ୍ଚିତ ଭାବରେ ମିଳିଗଲା । ଏହା ପୂର୍ବରୁ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହିତ ସାରା ଅଲୀଙ୍କର ଆଫେୟାର୍ ଚାଲିଥିଲା । ଏବେ ପ୍ରଶଂସକମାନେ କହିବେ ଏହି ଯୋଡ଼ି କିପରି ଲାଗୁଛି । ୱର୍କଫ୍ରଣ୍ଟ୍ ଦୃଷ୍ଟିରୁ ସାରା ବହୁତ ଶୀଘ୍ର ଜାହ୍ନବୀଙ୍କ ସହିତ ଏକ ନୂଆ ପ୍ରୋଜେକ୍ଟ୍‌ରେ ନଜର ଆସିବେ ।

Comments are closed, but trackbacks and pingbacks are open.