ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ,୨୧୦ ରେ ପାଳି ସମାପ୍ତ କଲା ରାଜସ୍ଥାନ ,ହାଇଦ୍ରାବାଦ ପାଇଁ ଲକ୍ଷ ୨୧୧

22

ଚଳିତ ଆଇପିଏଲ ୫ମ ଲିଗ ରାଜସ୍ଥାନ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମ ରେ ରାଜସ୍ଥାନ ରୟାଲସ ର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି I ଅଧିନାୟକ ସଞ୍ଜୁ ସାମସନ ଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ୬ ୱିକେଟ ହରାଇ ବିଶାଳ ୨୧୦ ରନ୍ କରି ନିଜର ପାଳି ସମାପ୍ତ କରିଛି I ଏହା ସହିତ ବିପକ୍ଷ ଦଳ ସନରାଇଜର୍ସ ହାଇଦ୍ରାବାଦ କୁ ୨୧୧ ର ଲକ୍ଷ ଦେଇଛି ରାଜସ୍ଥାନ I
ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଦେବଦତ୍ତ ପାଡିକଲ ବିସ୍ଫୋରକ ୪୧ ରନ କରିଛନ୍ତି। ସିମରନ ହେଟମାୟର ଦ୍ରୁତ ୩୨ ରନ ଏବଂ ଜୋସ ବଟଲର ୩୫ ରନ କରିଛନ୍ତି। ରାଜସ୍ଥାନ ବ୍ୟାଟସମ୍ୟାନଙ୍କ ସାମ୍ନାରେ ସନରାଇଜର୍ସ ବୋଲର ପ୍ରଭାବହୀନ ରହିଛନ୍ତି। ଉମରାନ ମଲିକ ଏବଂ ଟିନଟରାଜନ ପ୍ରତ୍ୟେକ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ବ୍ୟତୀତ ଭୁବନେଶ୍ଵର କୁମାର ଓ ରୋମାରିଓ ସେଫେର୍ଡ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.