ସଞ୍ଜୟଙ୍କର ବିସ୍ଫରକ ବୟାନ

28

ନାଗାଲାଣ୍ଡରେ ଶରଦ ପାୱାରଙ୍କ ଏନସିପି ସରକାରରେ ସାମିଲ ହୋଇଛି । ଏହା ପରେ ସେଠାରେ କୌଣସି ବିରୋଧୀ ଦଳ ନାହାନ୍ତି । ବିଜେପି ଏବଂ ଏନଡିପିପିର ମେଣ୍ଟ ସରକାରରେ ଶରଦ ପାୱାରଙ୍କ ଏନସିପି ମଧ୍ୟ ସହଯୋଗ ଘୋଷଣା କରିଛି । ନାଗାଲାଣ୍ଡରେ ବିରୋଧୀଙ୍କୁ ମିଳିଥିବା ସର୍ବାଧିକ ଆସନରୁ ଏନସିପି ପାଖରେ ସର୍ବାଧିକ ସିଟ ରହିଥିଲା । ତେବେ ଏନସିପି ଏବଂ ଜେଡିୟୁ ସମେତ ନାଗାଲାଣ୍ଡର ସମସ୍ତ ଦଳ ସରକାରରେ ସାମିଲ ହୋଇଯାଇଛନ୍ତି । ଏହା ଉପରେ ଶରଦ ପାୱାର ସଫେଇ ରଖିଛନ୍ତି । ସେ କହିଛନ୍ତି, ତାଙ୍କ ସମର୍ଥନ ଏନଡିପିପିକୁ ରହିଛି । ବିଜେପି ପ୍ରତି ନାହିଁ ।

ସେପଟେ ଏନେଇ ସଞ୍ଜୟ ରାଉତ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସେଠାରେ ମୁଖ୍ୟ ଦଳ ବିଜେପି ନୁହେଁ ବରଂ ଗୋଟିଏ ଆଞ୍ଚଳିକ ଦଳ । ଏହାର ନେତା ହେଉଛନ୍ତି ନେଫ୍ୟୁ ରିଓ । ସେ ଆମ ସହ ସଂସଦରେ କିଛି ସମୟ ସାଂସଦ ଭାବେ ମଧ୍ୟ ରହିଥିଲେ । ତାଙ୍କ ଦଳକୁ ସେଠାରେ ୨୫ ଆସନ ମିଳିଛି । ତାଙ୍କ ସହ ବିଜେପି ସେଠାରେ ମେଣ୍ଟ କରିଛି । ନାଗାଲାଣ୍ଡ ସୀମାରେ ଥିବା ଗୋଟିଏ ରାଜ୍ୟ । ଏହା ଏକ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟ । ଭୌଗଳିକ ଏବଂ ସୁରକ୍ଷା ସହ ଜଡିତ ସ୍ଥିତି ଦେଖି ଅନେକ ଥର ଏହାକୁ କାଶ୍ମୀରଠାରୁ ମଧ୍ୟ ସମ୍ବେଦନଶୀଳ ସ୍ଥାନ ଭାବେ ଗ୍ରହଣ କରାଯାଉଥିଲା ।

ଏହା ଉପରେ ଆତଙ୍କବାଦୀ ଆକ୍ରମଣର ବିପଦ ମଧ୍ୟ ଅନେକ ସମୟରେ ରହିଆସିଛି । ସେଠାରେ ବିଜେପି ସରକାର ନାହିଁ । ବିଜେପି ଏନଡିପିପିର ସହଯୋଗୀ ଦଳ । ବିଜେପି ବିରେଧୀ ସମସ୍ତ ଦଳ ସରକାରରେ ସାମିଲ ହୋଇଛନ୍ତି । ଏଥିରେ ଅସୁବିଧା କିଛି ନାହିଁ ।

Comments are closed, but trackbacks and pingbacks are open.