ବାଲି ମାଫିଆଙ୍କ ଉନ୍ମତ କାଣ୍ଡ: ତହସିଲଦାରଙ୍କୁ ଟ୍ରାକ୍ଟର ମଡ଼ାଇ ହତ୍ୟା ଉଦ୍ୟମ

37

ବାଲି ଚୋରଙ୍କ ଉନ୍ମତ କାଣ୍ଡ I ମାଫିଆ ମାନଙ୍କ ଦ୍ୱାରା ବାଲି ଚୋରା ଚାଲାଣ ହେଉଥିବା ବେଳେ ଯାଜପୁର ଦଶରଥପୁରଦଶରଥପୁର ତହସିଲଦାର ଅଭିନାଶ ବିଶ୍ୱଜିତ୍ ସେଠୀଙ୍କୁ ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ବେଳେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । । ଏଥିନେଇ ମଂଗଳପୁର ଥାନାରେ ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରାଯାଇଥିବାବେଳେ ସମ୍ପୃକ୍ତ ଟ୍ରାକ୍ଟରଟିକୁ ଜବଦ କରାଯାଇ ଥାନାକୁ ଅଣାଯାଇଛି ।

ସୂଚନାମୁତାବକ ବୈତରଣୀ ନଦୀ କଷପା ପଂଚାୟତ ପଲ୍ଲାସାହି ଠାରେ ଏକ ଚୋରା ବାଲିଘାଟରୁ ମାଫିଆମାନେ ବାଲି ଚୋରାରେ ବାଲି ଉଠାଣ କରୁଥିଲେ । ଖବର ପାଇ ତହସିଲଦାର ଶ୍ରୀ ସେଠୀ ଘଟଣାସ୍ଥଳରେ ପହଂଚିବା ଦେଖି କିଛି ଟ୍ରକ୍ଟର ଖସିଯାଇଥିଲେ । ମାତ୍ର ଗୋଟିଏ ଟ୍ରାକ୍ଟର ଧରାପଡିଥିଲା । ଏହି ଟ୍ରାକ୍ଟରଟି ମଲ୍ଲିକାପୁର ଗ୍ରାମର ରାଜେଶ ସେଠୀ ନାମକ ଜଣେ ଯୁବକର ହୋଇଥିବାରୁ ଗାଡିଟିକୁୁ ଛାଡିଦେବାକୁ ଉକ୍ତ ଯୁବକ ତହସିଲଦାରଙ୍କୁ ଅନୁରୋଧ କରିଥିଲେ । ଗାଡିଟିକୁ ନଦୀ ଉପରକୁ ତହସିଲଦାର ଉଠାଇବାକୁ କହିଥିଲେ । ମାତ୍ର ଏହି ସମୟରେ ଟ୍ରାକ୍ଟର ଚାଳକ ତହସିଲଦାର ଏବଂ ତାଙ୍କ ଗାଡ଼ି ଡ୍ରାଇଭଙ୍କ ଉପରେ ଚଢାଇଦେବାକୁ ଉଦ୍ୟମ କରିଥିଲେ । ଫଳରେ ତହସିଲଦାର ଏବଂ ତାଙ୍କ ଡ୍ରାଇଭର ତଳେପଡିଯାଇଥିଲେ ।
ଏହି ସମୟରେ ଟ୍ରାକ୍ଟର ଚାଳକ ଟ୍ରାକ୍ଟରଟିକୁ ଦୃତ ଗତୀରେ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୂର୍ବରୁ ଟ୍ରାକ୍ଟରଟିର ଫଟୋ ତହସିଲଦାର ଉଠାଇ ରଖିଥିବାରୁ ଥାନାକୁ ଜଣାଇଥିଲେ । ଟ୍ରାକ୍ଟରଟି ନମ୍ବର ବୀହିନ ଥିବା ବେଳେ ଥାନାକୁ ଆସିବା ପୂର୍ବରୁ ଗାଡ଼ିର ରଙ୍ଗ ବଦଳାଇଦେଇଥିଲେ ଗାଡ଼ି ମାଲିକ । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଘଟଣା ସମୟରେ ଡ୍ରାଇଭର ଏବଂ ମାଲିକ ଖସିଯାଇଥିଲେ । ତେବେ ଗାଡିର ନମ୍ବର ପ୍ଲେଟ କୁ ମଧ୍ୟ ରଙ୍ଗ କରି ନମ୍ବର କୁ ଘୋଡାଇ ଦେଇ ଥିବାବେଳେ ଗାଡି ର କୌଣସି କାଗଜପତ୍ର ନ ଥିବା ପୋଲିସ କହିଛି I

Comments are closed, but trackbacks and pingbacks are open.