ସାସଂଦ ପ୍ରତାପ ଷଡ଼ଙ୍ଗୀ ଆଇସିୟୁରେ ଭର୍ତି

22

ବାଲେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଇସିୟୁରେ ଭର୍ତି ଇ ଥଣ୍ଡା କଫ ରେ ପୀଡିତ ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଏଫଏମ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛିି ଇ

ସୂଚନାନୁସାରେ,ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ନବୀକରଣ କାମର ଶିଳାନ୍ୟାସ୍‌ କରାଯାଇଥିଲା। ଏଥିରେ ଯୋଗଦେଇଥିଲେ ଶ୍ରୀ ଷଡଙ୍ଗୀ। ପରେ ସେ ପୁରୀ-ଜଳେଶ୍ୱର ଏମ୍‌ଇଏମ୍‌ୟୁ ଟ୍ରେନ୍‌ରେ ବାଲେଶ୍ୱର ଫେରିଥିଲେ। ସେହି ଦିନ ସେ ଅସୁସ୍ଥ ହୋଇଥିଲେ। ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା। ଡାକ୍ତରଙ୍କ ପରାମର୍ଶରେ ସେ ମେଡ଼ିସିନ୍‌ ଖାଇଥିଲେ। ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ଆଜି ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଫକିର ମୋହନ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ସାଂସାଦଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

Comments are closed, but trackbacks and pingbacks are open.