ସାମୀଙ୍କ ଜବାବରେ ହାସନ ରାଜାଙ୍କ ମୁଁହ ବନ୍ଦ

1,078

ନୂଆଦିଲ୍ଲୀ: ଗତ ବର୍ଷ ଅନୁଷ୍ଠିତ ଦିନିକିଆ ବିଶ୍ୱକପ ପରେ ଭାରତର ପେସ ବୋଲର ମହମ୍ମଦ ସାମୀ କ୍ରିକେଟ ଆକ୍ସନଠାରୁ ଦୂରରେ ଅଛନ୍ତି । ସେ ଆଘାତପ୍ରାପ୍ତ ହେବା ପରେ ଏବେ ଚିକିତ୍ସାଧୀନ ଅଛନ୍ତି । ସାମୀ ବିଶ୍ୱକପରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ।

ତେବେ ସାମୀଙ୍କ ବୋଲିଂକୁ ପ୍ରଶଂସା କରିବା ପରିବର୍ତେ ପାକିସ୍ତାନର ପୂର୍ବ କ୍ରିକେଟର ହାସନ ରାଜା ବଲ ଟ୍ୟାମ୍ପରିଂ ଅଭିଯୋଗ ଆଣିଥିଲେ । ଏପରିକି ଆଇସିସି ବିସିସିଆଇକୁ ଅଲଗା ବଲ ଦେଉଛି ଯେଉଁଥିରେ ଅଧିକ ସୁଇଂ କରୁଛି । ଏବେ ଏହାର ଜବାବ ସାମୀ ଦେଇଛନ୍ତି । ସେ କହିଛନ୍ତି ଯେ, ହାସନ କ୍ରିକେଟକୁ ଏକ ମଜାର ବିଷୟ ବସ୍ତୁ କରି ଦେଇଛନ୍ତି । ତାଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ଈର୍ଷାର ଝଲକ ଦେଖିବାକୁ ମିଳୁଛି ।

ଯେତେବେଳେ ପାକିସ୍ତାନ ଜିତୁଛି ସବୁ କିଛି ଠିକ ଆଉ ଭାରତ ବିଜୟୀ ହେଲେ ଭୁଲ । କ୍ରିକେଟ ରେକର୍ଡ ଦେଖ ଆଉ ବୟାନ ଦିଅ । ଖେଳ ପ୍ରତି ଧ୍ୟାନ ଦିଅ ଅଯଥା କହିଲେ ତାର ମୂଲ୍ୟ କିଛି ନାହିଁ । ପାକିସ୍ତାନର ମହାନ ଖେଳାଳି ୱାସିମ ଆକ୍ରମ ମଧ୍ୟ ହାସନଙ୍କ ବୟାନ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ତାଙ୍କ ମୁଣ୍ଡ ଠିକ ଅଛି ତ ? ତୁମେ ତୁମର ଅପମାନ କରିପାର, ଆମର କାହିଁକି କରୁଛ ବୋଲି କହିଥିଲେ । ସେ ଏହି ଅବସରରେ ବଲକୁ କିପରି ସୁଇଂ କରାଯାଏ ଏବଂ ମ୍ୟାଚରେ ବଲ କିପରି ବଛାଯାଏ ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ।

Comments are closed, but trackbacks and pingbacks are open.