ନବାବଙ୍କ ମଲ୍ଲିକ ଉପରେ ୧.୨୫ କୋଟିର ମାନହାନୀ ମକଦ୍ଦମା କଲେ ସମୀରଙ୍କ ପିତା

21

ମୁମ୍ବାଇ ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଙ୍କ ବ୍ୟକ୍ତିଗତ ଜୀବନ ଏବଂ ଓ ତାଙ୍କ ପରିବାରକୁ ବଦନାମ କରିବା ପାଇଁ ସବୁପ୍ରକାର ଅପ୍ରୀତିକର ମନ୍ତବ୍ୟ ଦେବାକୁ ପଛାଇନାହାନ୍ତି ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନବାବ ମଲ୍ଲିକ I ଏହା ଫଳରେ ସମୀର ୱାଙ୍ଖଡେ ଓ ତାଙ୍କ ପରିବାରର ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସୁଛି I ଏଥିରେ ଅତିଷ୍ଠ ହୋଇ ସମୀରଙ୍କ ପିତା ଧ୍ୟାନେଦେବ ୱାଙ୍ଖଡେ ଏବେ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ସବୁଦିନ ନବାବ ମଲିକ ୱାଙ୍ଖଡେଙ୍କ ପରିବାରକୁ ଘୃଣ୍ୟ ମନ୍ତବ୍ୟ ଦେଉଥିବାରୁ , କ୍ରିମିନାଲ ଓକିଲ ଥିବା ଧ୍ୟାନଦେବଙ୍କ ଝିଅଙ୍କ କ୍ୟାରିଅର ପୂରା ବର୍ବାଦ ହୋଇଗଲାଣି । ଏଥିଯୋଗୁଁ ତାଙ୍କ ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆଣୁଥିବା ବେଳେ ଏନେଇ ସେ ନବାବ ମଲ୍ଲିକ ବିରୁଦ୍ଧରେ ୧.୨୫ କୋଟିର ମାନହାନୀ ମକଦ୍ଦମା ଫାଇଲ୍‌ କରିଛନ୍ତି I

ସୂଚନାଅନୁସାରେ ଏନସିବିର ଜୋନାଲ ହେଡ ଥିବା ସମୀର ୱାଙ୍ଖଡେ ନବାବ ମଲିକଙ୍କ ଜ୍ୱାଇଁ ସମୀର ଖାନ କୁ ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ କରିଥିଲେ I ନବାବ ମଲିକଙ୍କ ଜ୍ୱାଇଁଙ୍କ ଗିରଫଦାରୀ ପରେ ସମୀର ୱାଙ୍ଖଡେଙ୍କ ଉପରେ ତାଙ୍କ ଆରୋପ ଆରମ୍ଭ ହେବାକୁ ଲାଗିଲା। ସମୀର ଖାନଙ୍କୁ ଗତ ସେପ୍ଟେମ୍ବରରେ ବେଲ୍‌ ମିଳିସାରିଥିଲେ ବି ନବାବ ମଲିକ ପ୍ରତିଦିନ ପ୍ରେସ କନଫରେନ୍ସ କରି ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହି ବିବାଦ ଡ୍ରଗ୍ସ କାରବାର ଅଭିଯୋଗରେ ଆର୍ଯ୍ୟନ ଖାଁ ଗିରଫ ହେବାପରେ ଆହୁରି ତୀବ୍ର ହେବାରେ ଲାଗିଛି ଇ ଏଥିଯୋଗୁଁ ଆର୍ଯ୍ୟନ ଖାନ ଙ୍କ ଡ୍ରଗ୍ସ କେଶ ସମେତ ବଲିଉଡ ର ବହୁ ହାଇପ୍ରୋଫାଇଲ ୬ଟି କେସ୍‌ ସମୀର ୱାଙ୍ଖଡେ ଙ୍କ ଠାରୁ ପ୍ରତ୍ୟାହାର କରି ନିଆଯାଇଛି।

ମାନହାନୀ ମକଦ୍ଦମା ନେଇ ଧ୍ୟାନଦେବଙ୍କ ଓକିଲ ଅର୍ଶଦ ଶେଖ କହିଛନ୍ତି, ନବାବ ମଲିକ ପ୍ରତିଦିନ ୱାଙ୍ଖଡେଙ୍କ ପରିବାର ବିରୋଧରେ ନାନା ଘୃଣ୍ୟ ମନ୍ତବ୍ୟ ଦେଉଛନ୍ତି। ଏଥିଯୋଗୁ ସମାଜରେ ତାଙ୍କ ମାନ, ସମ୍ମାନ, ପ୍ରତିଷ୍ଠାରେ ଆଞ୍ଚ ଆସୁଛି। ନବାବ ମଲିକ ୱାଙ୍ଖଡେଙ୍କ ପରିବାରକୁ ଫ୍ରଡ କହୁଛନ୍ତି। ଏପରିକି ସେ ହିନ୍ଦୁ ନୁହେଁ କହି ତାଙ୍କ ଧର୍ମ ଉପରେ ପ୍ରଶ୍ନ ଉଠାଉଛନ୍ତି।

ସେହିପରି ଧ୍ୟାନଦେବଙ୍କ ପୂର୍ବରୁ ଭାଜପା ନେତା ମୋହିତ କଂବାଜି ମଧ୍ୟ ନବାବ ମଲିକଙ୍କ ନାଁରେ ଥାନାରେ ଅଭିଯୋଗ କରିବା ସହ ବମ୍ବେ ହାଇକୋର୍ଟରେ ତାଙ୍କ ଉପରେ ୧୦୦ କୋଟିର ମାନହାନୀ ମକଦ୍ଦମା କେସ୍‌ ଫାଇଲ କରିଛନ୍ତି। ନବାବ ମଲିକ ଲଗାତର ଭାବେ ଭାଜପା ନେତା ମୋହିତ କଂବାଜି ଓ ତାଙ୍କ ପରିବାରକୁ ଟାର୍ଗେଟ କରୁଥିବାରୁ ସେ ଏପରି ପଦକ୍ଷେପ ନେଇଛନ୍ତି।

Leave A Reply

Your email address will not be published.