ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମାମଲା, କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ

28

ନୂଆଦିଲ୍ଲୀ: ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅଧୀନରେ ସମଲିଙ୍ଗୀଙ୍କ ବିବାହକୁ ମାନ୍ୟତା ପ୍ରଦାନ ମାମଲାରେ ସୁପ୍ରିମକୋର୍ଟ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏ ନେଇ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କ ନୋଟିସ୍ ଜାରିକରି ଜବାବ ମାଗିଛନ୍ତି । ଏହା ସହିତ ଆଟର୍ଣ୍ଣିଂ ଜେନେରାଲ୍‌ଙ୍କୁ ମଧ୍ୟ ନୋଟିସ୍ କରି ଚାରି ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିଛନ୍ତି । ଏବେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ କରାଯିବ କି ନାହିଁ, ତାହା ସୁପ୍ରିମକୋର୍ଟ ସ୍ଥିର କରିବେ । ସମଲିଙ୍ଗୀ ଯୁବକଙ୍କ ଦୁଇଟି ଯୋଡ଼ି ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରି ସମଲିଙ୍ଗୀ ବ୍ୟକ୍ତଙ୍କ ବିବାହକୁ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟରେ ସାମିଲ କରିବାକୁ ଦାବି କରିଛନ୍ତି । ହାଇଦ୍ରାବାସରେ ରହୁଥିବା ଏହି ଯୋଡ଼ି ଏକ ଜନହିତ ମାମଲା ଦାୟର କରି ଏହି ଦାବି କରିଛନ୍ତି । ଆବେଦନକାରୀ ସୁପ୍ରିୟୋ ଚକ୍ରବର୍ତ୍ତୀ ଏବଂ ଅଭୟ ଡାଙ୍ଗ୍ ପ୍ରାୟ ୧୦ ବର୍ଷ ଧରି ଏକାଠି ରହୁଛନ୍ତି । ସେମାନଙ୍କ ସମ୍ପର୍କକୁ ମାତା-ପିତା, ପରିବାର ଏବଂ ବନ୍ଧୁ ପରିଜନ ମଧ୍ୟ ସମର୍ଥନ କରୁଛନ୍ତି । ଆବେଦନକାରୀଙ୍କ ଅନୁସାରେ ସ୍ପେଶାଲ ମ୍ୟାରେଜଖ ଆକ୍ଟ ଅର୍ଥା ସ୍ୱତନ୍ତ୍ର ବିବାହ ଅଧିନିୟମ ଭାରତର ସମ୍ବିଧାନ ବିପରୀତ । ଏହା ସମାନ ଲିଙ୍ଗର ଯୋଡ଼ି ଏବଂ ବିପରୀତ ଲିଙ୍ଗର ଯୋଡ଼ିଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛି । ଏହା ବିବାହ ଦ୍ୱାରା ମିଳୁଥିବା ଆଇନଗତ ଅଧିକାର ସହିତ ସାମାଜିକ ମାନ୍ୟତା ଏବଂ ସ୍ଥିତିରୁ ସମାନ ଲିଙ୍ଗୀ ଯୋଡ଼ିଙ୍କୁ ବଞ୍ଚିତ କରୁଛି । ଅନ୍ୟ ଏକ ଯୋଡ଼ି ମଧ୍ୟ ସୁପ୍ରିମ କୋର୍ଟରେ ଏକ ଜନହିତ ମାମଲା ଦାୟର କରିଛନ୍ତି । ଏଥିରେ ଏଲ୍‌ଜିବିଟିକ୍ୟୁ ସମୁଦାୟର ସମସ୍ତ ସଦସ୍ୟଙ୍କୁ ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି । ପାର୍ଥ ଫିରୋଜ ମେହରୋତ୍ରା ଏବଂ ଉଦୟ ରାଜ ଆନନ୍ଦ ଗତ ୧୭ ବର୍ଷ ହେଲା ରିଲେସନ୍‌ଶିପ୍‌ରେ ଅଛନ୍ତି । ବର୍ତ୍ତମାନ ସେମାନେ ଦୁଇଟି ସନ୍ତାନଙ୍କର ମିଳିତ ଭାବେ ଲାଳନ ପାଳନ କରୁଛନ୍ତି । ଯେହେତୁ ସେମାନଙ୍କର ଆଇନଗତ ଭାବେ ସେମାନେ ବିବାହ ସମ୍ପନ୍ନ ହୋଇନାହିଁ, ତେଣୁ ଦୁଇ ଆବେଦନକାରୀ ସେମାନଙ୍କ ସନ୍ତାନଙ୍କ ସହ ଆଇନଗତ ଭାବେ ମାତା-ପିତାର ସମ୍ପର୍କ ରକ୍ଷା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ହେମା କୋହଲିଙ୍କ ବେଞ୍ଚ୍ ମାମଲାର ଶୁଣାଣି କରି ଏପରି ମାମଲାରେ ଦିଲ୍ଲୀ ହାଇକୋର୍ଟରେ ଲମ୍ବିତ ଥିବା କହିଥିଲେ । ଜବାବରେ ଆଡ୍‌ଭୋକେଟ୍ ଏନ୍‌କେ କୌଲ୍ କହିଥିଲେ, ଏପରି ସମସ୍ତ କୋର୍ଟ ଟ୍ରାନ୍ସଫର୍ ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରିବେ ବୋଲି କେରଳ ହାଇକୋର୍ଟକୁ କହିଛନ୍ତି । ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ସିନିୟର୍ ଆଡ୍‌ଭୋକେଟ୍ ମୁକୁଲ ରୋହତଗୀ କହିଛନ୍ତି, ଏହି ଆବେଦନ ନଭତେଜ ଜୋହର ଏବଂ ପୁତ୍ତାସ୍ୱାମୀ ମାମଲାରେ କୋର୍ଟ ପକ୍ଷରୁ ଦିଆଯାଇଥିବା ନିଷ୍ପତ୍ତିକୁ ଆଗକୁ ବଢ଼ାଇବ । ଏହା ଉତ୍ତରାଧିକାରୀ ପ୍ରସଙ୍ଗରେ ଜୀବନ୍ତ ସମସ୍ୟା । ସମଲିଙ୍ଗୀ ସମ୍ପର୍କ ମଧ୍ୟରେ ଜୀବନ ଯାପନ କରୁଥିବା ବ୍ୟକ୍ତି ବୟସ୍କ ହୋଇପଡ଼ିବା ପରେ ସେମାନଙ୍କ ସାମ୍ନାରେ ଉତ୍ତରାଧିକାରୀକୁ ନେଇ ସମସ୍ୟା ସୃଷ୍ଟି ହୋଇଥାଏ । ଏ ସମ୍ପର୍କରେ କେରଳ ହାଇକୋର୍ଟଙ୍କ ମତ କ’ଣ ବୋଲି ବେଞ୍ଚ୍ ପ୍ରଶ୍ନ କରିଥିଲେ । ଜଏଣ୍ଟ୍ ବ୍ୟାଙ୍କ୍ ଆକାଉଣ୍ଟ୍‌, ସରୋଗେସି ଜରିଆରେ ସନ୍ତାନ, ଗ୍ରାଚ୍ୟୁଟି ସହିତ ସମସ୍ତ ପ୍ରସଙ୍ଗକୁ ଧ୍ୟାନରେ ରଖିବାକୁ ହାଇକୋର୍ଟ କହିଥିବା ଜବାବରେ ଆଡ୍‌ଭୋକେଟ୍ ଏନ୍‌କେ କୌଲ୍ କହିଥିଲେ ।

Comments are closed, but trackbacks and pingbacks are open.