ସୁପ୍ରିମକୋର୍ଟରେ ଝୁଲିଲା ସମଲିଙ୍ଗୀ ଶୁଣାଣି

23

ସମଲିଙ୍ଗୀ ବିବାହକୁ ମିଳିବ କି ଅନୁମତି ? ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ସୀକୃତି ? ଏପ୍ରିଲ ୧୮ରେ ହେବ ପରବର୍ତ୍ତୀ ଶୁଣାଣି ।
ସମଲିଙ୍ଗୀ ବିବାହ ନେଇ ଘୁଞ୍ଚିଲା ଶୁଣାଣି ତାରିଖ ସୁପ୍ରିମକୋର୍ଟରେ । ଏପ୍ରିଲ ୧୮ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ମାମଲା ସାଧାରଣ ଲୋକଙ୍କ ସହ ଜଡିତ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ଏହାକୁ ଲାଇଭ ଷ୍ଟ୍ରିମିଂ କରିବାକୁ ଦାବି କରିଛନ୍ତି ଆବେଦନକାରୀ । ସେମାନେ କହିଛନ୍ତି କି ପୂରା ଦେଶ ଜାଣିବା ଦରକାର କଣ ଶୁଣାଣି ହେଉଛି ।

ଏହାପୂର୍ବରୁ ସୋମବାର ଆବେଦନ ଉପରେ ଶୁଣାଣି ହୋଇଥିଲା । ଏହାଦ୍ୱାରା ଆବେଦନକାରୀ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ଜବାବ ଦେବାକୁ ସମୟ ମାଗିଥିଲେ । ଶୁଣାଣି ସମୟରେ ଚିଫ ଜଷ୍ଟିସ ପଚାରିଥିଲେ କି ଏହି ମାମଲାରେ କେନ୍ଦ୍ର ସରକାର କଣ କହିବେ । ଆବେଦନକୁ ବିରୋଧ କରି କେନ୍ଦ୍ର ତରଫରୁ ସିଲିସେଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଥିଲେ କି, ଏହା ସାମାଜିକ ନୈତିକତା ଓ ଭାରତୀୟ ଲୋକାଚାରର ଅନୁରୂପ ନୁହେଁ ।

ସମଲିଙ୍ଗୀ ବିବାହ ଭାରତୀୟ ବିବାହ ଓ ପରିବାର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ମୋଦୀ ସରକାର । ସମଲିଙ୍ଗୀ ବିବାହକୁ ଭାରତୀୟ ବିବାହ ପରମ୍ପରା ସହିତ ତୁଳନା କରାଯାଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ବିବାହ କହିଲେ ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ମଧ୍ୟରେ ମିଳନ ଅପରିହାର୍ଯ୍ୟ ବୋଲି ବୁଝାଯାଏ । ଏହି ସଂଜ୍ଞା ସାମାଜିକ, ସାଂସ୍କୃତିକ ଓ ଆଇନଗତ ଭାବେ ବିବାହର ଅବଧାରଣା ହୋଇ ରହିଆସିଛି । ଏହାକୁ ନ୍ୟାୟିକ ବ୍ୟାଖ୍ୟା ଦ୍ୱାରା ବଦଳାଇବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର ।

Comments are closed, but trackbacks and pingbacks are open.