ମହିଳାଙ୍କ ପ୍ରଶ୍ନରେ ହେଲେ ହଟହଟା ହେଲେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି)

19

ଏଭଳି ଘଟଣା ଦେଖିବାକୁ ମିଳିଛି ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅଂଚଳ ପଳସମା ଗାଁରେ।

ଆଜି ପଳସମା ଠାରେ ବିଜେଡିର କର୍ମୀ ସମିଳନୀରେ ବବି ଦାସଙ୍କ କାର୍ଯ୍ୟକ୍ରମ ରହିଥିଲା । କାର୍ଯ୍ୟକ୍ରମ ଶେଷରେ ମଞ୍ଚରୁ ଓହ୍ଲାଇ ଯାଉଥିବାବେଳେ ବବିଙ୍କୁ ଘେରିଗଲେ ମହିଳା । ଆମର ପାଣି ନାହିଁ, ଆମର ଘର ନାହିଁ କହି ବବିଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଲେ । କେବେ ମିଳିବ ଆମ ମୌଳିକ ଅଧିକାର, ଆମର ଅଧିକାର ନ ମିଳିଲେ ଭୋଟ ଦେବୁନି କହି ରୋକଠୋକ ଶୁଣାଇଦେଲେ । ମହିଳାଙ୍କର ପ୍ରଶ୍ନବାଣରେ ହଟହଟା ହୋଇ ତତକ୍ଷଣାତ କିଛି ନ ଶୁଣିବା ଭଳି ଏଡାଇ ଚାଲିଗଲେ ବବି ଦାସ ।

ବିକାଶର ଡିଣ୍ଡିମ ପିଟୁଥିବା ନବୀନ ସରକାରର ଆଗଧଡ଼ିର ନେତା, ଖୋଦ୍ ଶାସକ ଦଳର ସଙ୍ଗଠନ ମହାମନ୍ତ୍ରୀ ତଥା ଏହି ଅଞ୍ଚଳ ପାଇଁ ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଣବ ବାବୁଙ୍କ ପାଖରେ ଜଣେ ସାଧାରଣ ଗରିବ ହିତାଧିକାରୀର ପ୍ରଶ୍ନର ଉତ୍ତର ନାହିଁ ।

ମହିଳାଙ୍କ ପ୍ରଶ୍ନର ଉତ୍ତର ଦେବା ତ ଦୂରର କଥା, ସେ ତାଙ୍କୁ ଆଡ଼ କରିଦେଇ ଚାଲିଗଲେ । ଏହା ହିଁ ବୋଧେ ବିଜୁ ଜନତା ଦଳର ମାଁ କୁ ସମ୍ମାନ । ଯେଉଁ ବ୍ୟକ୍ତି ପୂର୍ବରୁ ସମ୍ବଲପୁର ଅଞ୍ଚଳ ପାଇଁ ପର୍ଯ୍ୟବେକ୍ଷକ ଥିଲେ ଓ ଜଣେ ଦକ୍ଷ ସଂଗଠକ ବୋଲି ଶାସକ ଦଳର ପ୍ରଚାର କରୁଛନ୍ତି, ତାଙ୍କଠାରୁ ଏ ଭଳି ଆଚରଣ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

ଦେବଗଡ଼ବାସୀ ଏହି ଘଟଣାରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ବବି ଦାସଙ୍କ ଭଳି ଗତ କାଲି ବିଜେଡ଼ି ବିଧାନସଭା ପ୍ରାର୍ଥୀ ତଥା ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ମଧ୍ୟ ସାଧାରଣ ଲୋକଙ୍କ ପ୍ରଶ୍ନରେ ଖୁବ୍ ବିରକ୍ତି ପ୍ରକାଶ କରିଥିଲେ, ଯାହାକୁ ନେଇ ଦେବଗଡ଼ ସହରରେ ଗଳି କନ୍ଦିରେ ଚର୍ଚ୍ଚା ଜୋର ଧରିଛି ।

ଯାହା ଜଣାପଡୁଛି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ସମ୍ବଲପୁର ଲୋକସଭା କ୍ଷେତ୍ରରେ ବଢ଼ିଚାଲିଥିବା ଅଯାଚିତ ଜନ ସମର୍ଥନରେ ଶାସକ ବିଜେଡ଼ି ଦଳର ନେତାଏ ଭୟଭୀତ ହୋଇପଡ଼ିଲେଣି ଏବଂ ଦିନକୁ ଦିନ ସେମାନଙ୍କ ଅପରିପକ୍ୱ ଆଚରଣସବୁ ପଦାରେ ପଡ଼ିବାରେ ଲାଗିଛି ।

Comments are closed, but trackbacks and pingbacks are open.