ସଲମାନ ରୁଶଦିଙ୍କୁ ଛୁରାମାଡ଼ : ଭେଣ୍ଟିଲେଟର ରେ ଚିକିତ୍ସିତ,ଆଖି ପ୍ରତି ବିପଦ

25

ଭାରତରେ ଜନ୍ମିତ ଅନ୍ତର୍ଜାତୀୟ ଇଂରାଜୀ ସାହିତ୍ୟର ଜଣାଶୁଣା ବ୍ରିଟିଶ ଲେଖକ ସଲମାନ ରୁଶ୍‌ଦିଙ୍କୁ ଏକ କାର୍ଯ୍ୟକ୍ରମ ସମୟରେ ଶୁକ୍ରବାର ଛୁରାମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସଲମାନ ରୁଶଦିଙ୍କୁ ନ୍ୟୁୟର୍କର ଏକ ହସ୍‌ପିଟାଲର ଭେଣ୍ଟିଲେଟରରେ ରଖାଯାଇଛି । ଆକ୍ରମଣକାରୀକୁ ପୁଲିସ କାବୁ କରିଥିବା ବେଳେ ତାର ପରିଚୟ ଜଣାପଡ଼ି ନାହିଁ। ତେବେ ଏକ ବିବାଦୀୟ ପୁସ୍ତକ ପାଇଁ ୧୯୮୯ରୁ ତାଙ୍କୁ ହତ୍ୟା ଧମକ ମିଳୁଥିଲା।ରୁଶଦିଙ୍କ ଏଜେଣ୍ଟ ଆଣ୍ଡ୍ରୁ ୱେଲି କହିଛନ୍ତି ଯେ, ସେ ଏବେ କିଛି କହିପାରୁ ନାହାନ୍ତି ।

ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଆମେରିକାର ପଶ୍ଚିମ ନ୍ୟୁୟର୍କରେ ଏକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଚୌତୌକ୍ବାସ୍ଥିତ ଚୌତୌକ୍ବା ପ୍ରତିଷ୍ଠାନର ମଞ୍ଚ ଉପରେ ୭୫ ବର୍ଷୀୟ ରୁଶଦି ଭାଷଣ ଦେବାକୁ ଯାଉଥିବା ବେଳେ ତାଙ୍କୁ ଜଣେ ଯୁବକ ଛୁରାମାଡ଼ କରିଥିଲା। ସ୍ଥାନୀୟ ସମୟ ଦିନ ୧୧ଟା (ଭାରତୀୟ ସମୟ ସନ୍ଧ୍ୟା ୮ଟା ୩୦)ରେ ଏହି ଆକ୍ରମଣ ହୋଇଥିଲା। ତାଙ୍କ ବେକରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ହେଲିକପ୍ଟରରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହେଲିକପ୍ଟର ପର୍ୟ୍ୟନ୍ତ ତାଙ୍କୁ ଷ୍ଟ୍ରେଚରରେ ଅଣାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ତାଙ୍କୁ ଆକ୍ରମଣକାରୀ ମଞ୍ଚରେ ୧୫/୨୦ ଥର ମୁଥ ମାରିବା ସହିତ ଛୁରାମାଡ଼ କରିଥିଲା। ତାହାପରେ ସେ ତଳେ ପଡ଼ିଯାଇଥିଲେ। ମଞ୍ଚରେ ତାଙ୍କୁ ଆଶୁ ଚିକିତ୍ସା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ଆକ୍ରମଣକାରୀକୁ ସେଠାରେ ଉପସ୍ଥିତ ଅନ୍ୟ ବ୍ୟକ୍ତିମାନେ ଧରି ପକାଇଥିଲେ। ନ୍ୟୁୟର୍କ ପୁଲିସ ଆକ୍ରମଣକାରୀକୁ ନିଜ ହେପାଜତକୁ ନେଇଛି। ରୁଶଦିଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ସେହିଭଳି ଆକ୍ରମଣ ପଛର ଉଦ୍ଦେଶ୍ୟ ମଧ୍ୟ ଜଣାପଡ଼ିନାହିଁ।

ନ୍ୟୁୟର୍କ ଟାଇମ୍ସ ଅନୁସାରେ ସଲମାନ ରୁଶଦି ସର୍ଜରୀ ପରେ ଗୋଟିଏ ଆଖି ହରାଇ ପାରନ୍ତି । ଏହା ବ୍ୟତୀତ ତାଙ୍କ ହାତର ଏକ ନାଡିରେ ମଧ୍ୟ ଆଘାତ ଲାଗିଛି । କୁହାଯାଉଛି ଯେ ଛୁରାମାଡ଼ର ଆଘାତ ଯୋଗୁଁ ରୁଶିଦଙ୍କ ଲିଭର ମଧ୍ୟ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ନୁୟର୍କ ଗଭର୍ଣ୍ଣର କେଥୀ ହୋଚୁଲ ଙ୍କ ବୟାନ ଆସିଛି । ସେ ସୂଚନା ଦେଇଛନ୍ତି ‌ଯେ ରୁଶଦି ଜୀବିତ ଅଛନ୍ତି। ବେକରେ ଗୁରୁତର ଆଘାତ ଲାଗିଛି। ସ୍ଥାନୀୟ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ସେ ଅଧିକ କିଛି ତଥ୍ୟ ଦେଇ ନାହାନ୍ତି।

ତେବେ ଏତେ ବଡ଼ ମହାନ ଲେଖକଙ୍କୁ ଯେଉଁଭଳି ଭାବେ ଆକ୍ରମଣ କରାଗଲା, ଏମିତି କ’ଣ ବିବାଦ ରହିଛି ଯେ, ତାଙ୍କୁ ଆକ୍ରମଣ କରାଗଲା? ଏବାବଦରେ ନ୍ୟୁୟର୍କ ପୁଲିସ କିଛି କହି ନାହିଁ ।

Comments are closed, but trackbacks and pingbacks are open.