ମାନବିକତା ପାଇଁ ପୁଣି ଚର୍ଚ୍ଚାରେ ସଲମାନ ଖାନ, ୫୦୦ ଘର ନିର୍ମାଣ ଅଭିଯାନରେ ହେଲେ ସାମି

16

ମୁମ୍ବାଇ: ଆସାମରେ ଭୟଙ୍କର ବନ୍ୟାରେ ସବୁକିଛି ହରାଇଥିବା ପରିବାରମାନଙ୍କ ପାଇଁ ସଲମାନ ଖାନ ସହାୟତାର ହାତ ବଢ଼ାଇଛନ୍ତି। ‘ଆଶିୟାନା ହୋପ୍ ବିଗିନ୍ସ ୱିଥ୍ ଏ ସେଫ୍ ଶେଲ୍ଟର’ ଅଭିଯାନ ସହ ଯୋଡ଼ି ହୋଇ ସଲମାନ ବନ୍ୟା ପୀଡ଼ିତଙ୍କୁ ସୁରକ୍ଷିତ ବାସସ୍ଥାନ ଯୋଗାଇବାର ମହତ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ବନ୍ୟାରେ ଘର ହରାଇଥିବା ପରିବାରମାନଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇ ଦେବା। ଆସାମର ନେପାଳୀ ଖୁଟି ଅଞ୍ଚଳରେ ଘର ନିର୍ମାଣ କାମ ଆରମ୍ଭ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୨୦ଟି ସେମି-ସ୍ଥାୟୀ ଘର ନିର୍ମାଣ ଶେଷ ହୋଇଥିବା ବେଳେ ଅନେକ ପରିବାର ସୁରକ୍ଷିତ ଛାତ ତଳେ ରହିବାର ସୁଯୋଗ ପାଇଛନ୍ତି। ଏହି ପ୍ରକଳ୍ପର ଅନ୍ତିମ ଲକ୍ଷ୍ୟ ହେଉଛି ମୋଟ ୫୦୦ଟି ଘର ନିର୍ମାଣ କରିବା। ସଲମାନ ଖାନଙ୍କ ସମର୍ଥନ ପରେ ଏହି ଅଭିଯାନ ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ସଲମାନ ଖାନ କ୍ୟାନ୍ସର ରୋଗୀଙ୍କ ସହାୟତା, ହଜାର ହଜାର ଶିଶୁଙ୍କ ଶିକ୍ଷାର ଖର୍ଚ୍ଚ ବହନ କରିବାଠାରୁ ଆରମ୍ଭ କରି ବିଭିନ୍ନ ବିପର୍ଯ୍ୟୟ ସମୟରେ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହେବା ପର୍ଯ୍ୟନ୍ତ ସେ ସବୁବେଳେ ଆଗରେ ରହିଛନ୍ତି। ଏଥିପାଇଁ ତାଙ୍କୁ ଅନେକ ପ୍ରଶଂସକ ‘ରିଅଲ୍ ଲାଇଫ୍ ହିରୋ’ ବୋଲି ସମ୍ବୋଧନ କରୁଛନ୍ତି। ସଲମାନଙ୍କ ବ୍ୟତୀତ ଅଭିନେତା ରଣଦୀପ ହୁଡ୍ଡା ଓ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ବଣ୍ଟନ କାର୍ଯ୍ୟରେ ସାମିଲ ହୋଇଛନ୍ତି।

Comments are closed, but trackbacks and pingbacks are open.