ଭୁବନେଶ୍ୱର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ଵରେ ଚାଲିଥିବା ୨୦୦ ଫୁଟିଆ ରାସ୍ତା ନକ୍ସାରେ କୌଣସି ପରିବର୍ତ୍ତନ ନ କରାଯାଇ ସାଲିଆ ସାହି ଭିତର ଦେଇ ରାସ୍ତା ହେବାକୁ ସ୍ଥିର କରାଯାଇଛି। ଏଥିପାଇଁ ପ୍ରଭାବିତ ହେବାକୁ ଥିବା ୨୭ ଘରୋଇ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦରେ ଶହେ କୋଟିରୁ ଅଧିକ ଟଙ୍କା ଦିଆସରିଛି । ସେମାନେ ପୂର୍ତ୍ତ ବିଭାଗକୁ ଜମି ହସ୍ତାନ୍ତର କରିଥିବାରୁ ଆଉ ୧୦ରୁ ୧୫ ଦିନ ମଧ୍ୟରେ ୨୭ଟି ଯାକ ଘର ଭାଙ୍ଗିବାକୁ ରୂପରେଖ ପ୍ରସ୍ତୁତ ହୋଇଛି । ଅନ୍ୟପଟେ ସାଲିଆସାହିରେ ପ୍ରଭାବିତ ହେବାକୁ ଥିବା ବସ୍ତିବାସିନ୍ଦାଙ୍କୁ କ୍ଷତିପୂରଣ ସହ ଥଇଥାନ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି । ବିଡିଏ, ବିଏମସି ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଆଜି ବସ୍ତିବାସିନ୍ଦାଙ୍କ ସର୍ଭେ କରିଛନ୍ତି । ଏହି ୨୦୦ ଫୁଟିଆ ରାସ୍ତା ଦ୍ୱାରା ୫୨୧ ପରିବାର ପ୍ରଭାବିତ ହେବେ । ତେଣୁ ସେମାନଙ୍କୁ କିଭଳି ଥଇଥାନ କରାଯିବ ସେନେଇ ବ୍ୟବସ୍ଥା ହୋଇଛି । ପର୍ଯ୍ୟାୟକ୍ରମେ ବସ୍ତି ଲୋକଙ୍କୁ ବୁଦ୍ଧ ବିହାର ଆବାସରେ ନିର୍ମାଣ ସରିଥିବା ଘରଗୁଡ଼ିକ ଆବଣ୍ଟନ କରାଯିବ ।
Comments are closed, but trackbacks and pingbacks are open.