ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ସାଧୁସନ୍ଥଙ୍କ ଦାବି

222

ଭୁବନେଶ୍ୱର,୧୩ା୪: ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ଏଥିରେ ସାମିଲ ପାଇଁ ସାଧୁସନ୍ଥମାନେ ମଧ୍ୟ ନିବେଦନ କରିଛନ୍ତି। ପୁରୀରେ ସାଧୁ ସମାଜ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ୪୦ ହଜାରରୁ ଅଧିକ ସାଧୁସନ୍ଥ ରହିଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। କଟକି ମଠ ମହନ୍ତ ବିଜୟ ରାମାନୁଜ ଦାସ ଏନେଇ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.