ଓଡ଼ିଆ ସଂଗୀତ ଜଗତ ପାଇଁ ଦୁଃଖ ଖବର: ହ୍ୟୁମାନ ସାଗରଙ୍କ ପରଲୋକ

202

ଭୁବନେଶ୍ବର: ଶେଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ପ୍ରଖ୍ୟାତ ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ସେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରଙ୍କ ସମସ୍ତ ଚିକିତ୍ସା ସତ୍ବେ ପରଲୋକ ଘଟିଛି। ତାଙ୍କର ବହୁ ଅଙ୍ଗ ମୁଖ୍ୟତଃ ଲିଭର ଓ କିଡନୀ କାମ କରୁ ନ ଥିଲା ବୋଲି ଡାକ୍ତରଖାନା ତରଫରୁ ସୂଚନା ଦିଆଯାଇଥିଲା।ତାଙ୍କୁ ସହଯୋଗ କରିବା ପାଇଁ ତାଙ୍କ ପରିବାରଙ୍କ ତରଫରୁ ସରକାରଙ୍କୁ ନିବେଦନ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏମ୍ସ କୁ ଫୋନ କରି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ହେଲେ ସେତେବେଳେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟରେ କୌଣସି ଉନ୍ନତି ଆସି ନ ଥିଲା। ତାଙ୍କର ପତ୍ନୀ ଶ୍ରୀୟାଙ୍କ କହିବା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ତାଙ୍କର ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା।

Comments are closed, but trackbacks and pingbacks are open.